ହରଭଙ୍ଗା 23/8/23(,) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସଙ୍କୁଲେଇ ପଞ୍ଚାଯତ ଅନ୍ତର୍ଗତ ବୁଲୁରା ଠାରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ଚିଠି ନମ୍ବର 504 ଅନୁସାରେ ଗତ 21 ତାରିଖ ରେ ଏକ ଚିଠି ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ହେଇଥିଲା। ନିର୍ଦ୍ଦେଶ ଅନୁସାରେ ଆଜି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଆଦେନିଗଡ ର ଡାକ୍ତର ଶ୍ରୀମନ୍ତ ରଞ୍ଜନ ସ୍ବାଇଁ, ବିପିଏମ ଅରୁଣ କୁମାର ପାଢ଼ୀ, ହରଭଙ୍ଗା ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ୟାମ ପ୍ରସାଦ ମେହେର ଓ ସଂକୁଲେଇ ପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ସତ୍ୟବାଦୀ ଚାଉଲିଆ ଆସି ଅପରିତ୍ୟକ୍ତ ଅବସ୍ଥା ରେ ପଡ଼ିଥିବା ବୁଳୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କ୍ଷେତ୍ର ପରିଦର୍ଶନ କରିଥିଲେ। ଏବଂ ଉକ୍ତ ବିଦ୍ୟାଳୟ କୁ ମରାମତି କରି ଆଗାମୀ ଦିନରେ କିପରି ଉପସ୍ଵାସ୍ଥ୍ୟ କେନ୍ଦ୍ର ଖୋଲି କାର୍ଯ୍ୟକାରୀ କରାଯିବ ସେ ବିଷୟରେ ସ୍ଥାନୀୟ ଜନ ସାଧାରଣ ଙ୍କ ସହ ଆଲୋଚନା କରିଥିଲେ। ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିବା କଥା ଜାଣି ଅଞ୍ଚଳ ବାସି ମଧ୍ଯ ଖୁସି ବ୍ୟକ୍ତ କରିଥିଲେ।
ବୁଲୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କ୍ଷେତ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଅଧିକାରୀ

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l