ରିପୋର୍ଟ :କପିଳେଶ୍ଵର ସିଂହ
ଆଉ ଦୁଇ ଦିନ ପରେ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଇଛି। ପୁରୀକୁ ଏବେଠାରୁ ଦୈନଦିନ ଲକ୍ଷାଧିକ ଭକ୍ତଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆରକ୍ଷୀ ବାହିନୀ, ଦମକଳ ବାହିନୀ ଓ ଏନଡିଆରଏଫ ଟିମ୍ ପୁରୀ ନୂଆ ଜଗନ୍ନାଥ ସଡ଼କ ରେ ନିରାକାରପୁର ଦେଇ ପୁରୀ ଯାଉଛନ୍ତି। କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଫାଟକ ର ଉଭୟ ପାର୍ଶ୍ୱରେ ଯାତାୟାତ କରୁଥିବା ଯାନବାହାନର ଗତିକୁ ନିୟନ୍ତ୍ରଣ କରିବାକୁ ସିମେଣ୍ଟ କଂକ୍ରିଟ ରେ ଦୁଇଟି ବହୁତ୍ ବଡ଼ ବଡ଼ ହମ୍ପସ ନିର୍ମାଣ କରାଯାଇଛି। ଯାହାକି ବର୍ତମାନ ଅତିକ୍ରମ କରୁଥିବା ଯାନବାହାନ ପାଇଁ ଘାତକ ପାଲଟିଛି। ଏହି ହମ୍ପସ ଦୁଇଟି ଏତେ ବଡ଼ ଆକାରରେ ହୋଇଛି ଯେ ପ୍ରାୟ ଯେ କୌଣସି ଗାଡି ଅତିକ୍ରମ କଲାବେଳେ ଏହି ହମ୍ପସ ରେ ଘଷି ହୋଇ ଗାଡ଼ିର କ୍ଷତି ଘଟୁଛି। ଏହି ରେଳ ଫାଟକ ଟି ଅତ୍ୟଧିକ ଗହଳି ରହୁଥିବାରୁ ଗାଡିଗୁଡିକ ବଲାନ୍ସ କରି ଗାଡ଼ିକୁ ଘଷି ହେବାରୁ ବଞ୍ଚାଇବା ପାଇଁ ବାମରୁ ଡାହାଣକୁ କାଟି ନେବା ବେଳେ ଅନେକ ସମୟେ ଦୁର୍ଘଟଣା ମାନ ଘଟୁଛି। ଫଳରେ ଗାଡି ଚାଳକ ମାନଙ୍କ ମଧ୍ୟରେ କଥା କଟାକଟି ରୁ ଆରମ୍ଭ ହୋଇ ହାତାହାତି ପର୍ଯ୍ୟନ୍ତ ଯାଉଛି। ପୁଣି ଏବେ ଏହି ହମ୍ପସ କୁ ଲାଗି ଉଭୟ ପାର୍ଶ୍ଵରେ ବଡବଡ ଗାତ ହୋଇଛି। ଯାହାକି କଷ୍ଟ କୁ ଦ୍ୱିଗୁଣିତ କରିଛି। ତେଣୁ ତୁରନ୍ତ ରଥ ଯାତ୍ରା ପୂର୍ବରୁ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ପିଡବ୍ଲୁଡି ବିଭାଗ ଦ୍ଵାରା ମରାମତି କରାଯିବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ