ରିପୋର୍ଟ : ଜଗନ୍ନାଥ ମହାନ୍ତ
ତେଲକୋଇ – ଯୋଡ଼ା ଶ୍ରାବଣ ମାସରେ କାଉଡ଼ିଆ ଭାଇଙ୍କ ମନ୍ଦିରରେ ବାବା ଭୋଳା ନାଥଙ୍କ ଲିଂଗରେ ପାଣି ଢ଼ାଳିବା ପାଇଁ ଭିଡ ଲାଗି ଥିବା ବେଳେ। ଧାରା ଶ୍ରାବଣ ମାସରେ କଉଠୀ ଅଲୌକିକ ଶକ୍ତି ଦ୍ୱାରା ଲିମ୍ବ ଗଛରୁ କ୍ଷୀର ବାହାରିବାର ଦେଖିବାକୁ ମିଳି ଥାଏ ତ ଆଉ କଉଠୀ ବେଲ ଗଛରୁ କ୍ଷୀର ବାହାରିବା, ନାଗ ନାଗୁଣୀଙ୍କ ଅଲୌକିକ ଦୃଶ୍ୟ , ସିମେଣ୍ଟ ବୃଷଭ କ୍ଷୀର ପିଉ ଥିବାର ଦୃଶ୍ୟ ଦେଖିବାକୁ ମିଳି ଥାଏ। ହଁ ଆଜ୍ଞା ଆମେ କହୁଛୁକେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଅନ୍ତର୍ଗତ କୁଳଙ୍ଗ ଗ୍ରାମର ଗୋଲେଖ ପାତ୍ରଙ୍କ ଘର ସାମ୍ନାରେ ଥିବା ବେଲ ଗଛ ରେ କ୍ଷୀର ନିର୍ଗତ ହେଉଥିବା କଥା । ଗତ ଶନିବାର ଦିନ ଗୋଲେକ ପାତ୍ରଙ୍କ ସ୍ତ୍ରୀ ଅପର୍ଣ୍ଣା ପାତ୍ର ଖାଇ ପିଇ ସୋଇଥିବା ସମୟରେ ଏକ ସ୍ବପ୍ନ ହୋଇ ଥିଲା ସେ ସ୍ୱପ୍ନରେ ବାବା ଭୋଳନଥ କହି ଥିଲେ ମାଆ ମୁଁ କାଲି ତମ ଘରକୁ ଆସୁଛି କିନ୍ତୁ ଅପର୍ଣ୍ଣା ସେ ସ୍ବପ୍ନ କୁ ବିଶ୍ୱାସ କରି ନ ଥିଲେ। କିନ୍ତୁ ରବିବାର ଦିନ ଗୋଲେଖଙ୍କ ଘର ସାମ୍ନାରେ ଏକ ବେଲ ଗଛ ରୁ କ୍ଷୀର ବାହାରିବା ଦୃଶ୍ୟ ଦେଖି ଅପର୍ଣ୍ଣା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ସଙ୍ଗେ ସଙ୍ଗେ ଗ୍ରାମର ଲୋକ ମାନଙ୍କୁ ଜଣାଇବା ସହିତ କାଉଡ଼ିଆ ଭାଇ ମାନଙ୍କୁ ଜଣାଇ ଥିଲେ। ଗ୍ରାମର କିଛି ଲୋକ ଆସି ଦେଖିବା ସହିତ କିଛି କାଉଡ଼ିଆ ଭାଇ ବେଲ ଗଛ ମୂଳରେ ପୂଜାର୍ଚ୍ଚନା କରି ଥିଲେ।
ବାବା ଭୋଳା ନାଥଙ୍କ ଏଭଳି ଅଲୌକିକ ଶକ୍ତି ଥିଲା ଯାହା ଫଳରେ ବର୍ଷା ହେଉଥିଲେବି ମଧ୍ୟ ଦିନ 12ଟା ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବେଲ ଗଛ ରୁ କ୍ଷୀର ବାହାରିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ଗୋଲେଖ ଓ ତାଙ୍କ ସ୍ତ୍ରୀ ଭୋଳା ନାଥଙ୍କ ଆବିର୍ଭାବ ହୋଇଛି କହି ଆଜି ସୋମବାରରେ ସଂକ୍ରାନ୍ତି ଓ ଅମାବାସ୍ୟା ପଡ଼ି ଥିବାରୁ ବେଶ୍ ଆଡ଼ମ୍ବରରେ ପୂଜାର୍ଚ୍ଚନା କରିବା ସହିତ କିଛି ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳି ଥିଲା l
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।