ରିପୋର୍ଟ :ଫିଲିପ କୁମାର ଦିଗାଲ
ଜି.ଉଦୟଗିରି : ୧୭।୦୭ ଜି.ଉଦୟଗିରି ଏନଏସି ଅଧକ୍ଷା ଭାନୁ ପ୍ରଭା ମିଶ୍ର ଙ୍କ ସୋମବାର ଦିନ ଅପରାହ୍ଣ ରେ ଭୁବନେଶ୍ଵର ର ଏକ ଘରୋଇ ହପ୍ସିଟାଲରେ ଦେହାନ୍ତ ହୋଇଯାଇଛି । ମ୍ରୁତ୍ୟୁ ବେଳକୁ ତାକୁଂ ୫୨ ବର୍ଷ ହୋଇଥିଲା।ସେ ଗତ ଏନସି ନିର୍ବାଚନରେ ଅଧକ୍ଷା ଭାବେ ସିଧାସଳଖ ନିର୍ବାଚିତ ହୋଇ । ୧୯ ମାର୍ଚ ୨୦୨୨ ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବ ରୁ ସେ ଥରେ କାଉନସିଲ ଏବଂ ଥରେ ଉପାଧ୍ୟକ୍ଷା ଭାବେ ଦାୟିତ୍ୱ ସଂପନ୍ନ କରିଥିଲେ। ତାକଂ ସମୟରେ ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର ଭିତିଭୂମି ସ୍ଥାପନ ହେବା ସହିତ ବହୁ ଯୋଜନାର ଶୁଭାରମ୍ଭ ହୋଇଥିଲା । ତାଙ୍କ ସ୍ବାମୀ ସୁବାସ ଶତପଥୀ, ତାଙ୍କ ପୁଅ ଓ ଝିଅ ତାଙ୍କ ମୃତ୍ୟୁ ବେଳେ ପାଖରେ ଥିଲେ । ତାକଂ ମ୍ରୁତ୍ୟୁ ର ଖବର ପାଇବା ପରେ ସହରରେ ଶୋକର ଛାୟା ଖେଳି ଯାଇଛି। ତାକଂ ମ୍ରୁତ୍ୟୁ ରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହିତ ଜି.ଉଦୟଗିରି ଜଣେ ବରିଷ୍ଠ ନାରୀନେତ୍ରୀ କୁ ହରାଇଲା ବୋଲି କହିଛନ୍ତି ।ଏହା ସହିତ ସହିତ ଜିଲ୍ଲା ସଭାପତି ସରୋଜ କର୍ନ,ନଗର ସଭାପତି ଗୋପାଳ ମହାପାତ୍ରକଂ ସହିତ ଗଣ ମାଧ୍ୟମ ପ୍ରତିନିଧି,ବୁଧିଯିବି ,ବ୍ରାହ୍ମଣ ସମାଜ,ବ୍ୟବସାୟୀ ସଂଘ,ସହିତ ବିଭିନ୍ନ ରାଜନୈତିକ ଦଳଶୋକ ପ୍ରକାଶ କରିଛନ୍ତି। ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ୱାରରେ ସମ୍ପର୍ଣ୍ଣ କରାଯିବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।
More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ