ହରଭଙ୍ଗା :-୨୩-୦୮-୨୦୨୩- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତରଙ୍ଗ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଠାରେ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ଆଡେଣିଗଡ, ତଲଗାଁ, କୁଶଙ୍ଗ, ହରଭଙ୍ଗା, ଛତରଙ୍ଗ, ସଙ୍କୁଲୋଇ ଓ ବାଣିଭୂଷଣପୁର ଆଦି ୭ କ୍ଲଷ୍ଟର ର ୪୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଉକ୍ତ ତାଲିମ ଶିବିର ରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ କୁଆସୁଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ଚିହ୍ନଟ କରି, ସେମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କିପରି କରାଯିବ ସେ ସଂପର୍କରେ ତାଲିମ ନେଇଥିଲେ। ତାଲିମ ଦାତା ଭାବେ ଚିନ୍ତାମଣି ସ୍ଵାଇଁ, ଅର୍ଜୁନ କଅର, ରଜତ କୁମାର ପ୍ରଧାନ ଓ ରଶ୍ମିତା ପ୍ରଧାନ ତାଲିମ ପ୍ରଦାନ କରିଥିଲେ। ତାଲିମ ସମୟରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ଯନାରାୟଣ ମିଶ୍ର, ସହ ଗୋଷ୍ଠୀ ଅଧିକାରୀ ଜଗତ ମଲ୍ଲିକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୋସ୍ନାରାଣୀ ମହପାତ୍ର ପ୍ରମୁଖ ପରିଦର୍ଶନ ରେ ଆସି ଶିକ୍ଷକ ମାନଙ୍କୁ ତାଲିମ ଗ୍ରହଣ କରି ନିଜ ନିଜ ବିଦ୍ୟାଲୟର ଶ୍ରେଣୀ ଗୃହରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାରେ ବିନିଯୋଗ କଲେ ସଫଳତା ହାସଲ କରିବା ବୋଲି ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସମ୍ବଲ ଶିକ୍ଷକ ରତ୍ନାକର ଦାସ ଶିବିର ପରିଚାଳନା କରିଥିଲେ।
*ଛତରଙ୍ଗ ଠାରେ ତିନିଦିନିଆ ସାମର୍ଥ୍ୟ ତାଲମା ଶିବିର ଉଦଯାପିତ*

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l