ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ହତ୍ୟା ଘଟଣାର ୧୫ ବର୍ଷ ପୂର୍ତ୍ତୀ ନାଲି ଫିତା ତଳେ ତଦନ୍ତ କମିସନ ରିପୋର୍ଟ l

(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )      

କନ୍ଧମାଳ ଜିଲ୍ଲା, ତୁମୁଡିବନ୍ଧ ବ୍ଲକ ଜାଲେଶ ପଟା : ସ୍ଵାମୀ ଲକ୍ଷ୍ମଣାନନ୍ଦ ସରଗତୀଙ୍କ ହତ୍ୟା ଘଟଣାକୁ ୧୫ ବର୍ଷ ପୂରିଛି। ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ଏବଂ ହତ୍ୟା ଘଟଣା ପରେ କନ୍ଧମାଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ହିଂସାତ୍ମକ ଘଟଣାର ତଦନ୍ତ କରିବାକୁ ରାଜ୍ୟ ସରକାର ଏକ ତଦନ୍ତ କମିଶନ ବସାଇଥିଲେ। କମିଶନ ତାଙ୍କ ରିପୋର୍ଟ ଦେଇସାରିଛନ୍ତି। କିନ୍ତୁ ଦୀର୍ଘ ୭ବର୍ଷ ବିତିଯାଇଥିଲେ ସୁଦ୍ଧା ତଦନ୍ତ କମିଶନ
ଏସ ନାଇଡୁଙ୍କୁ ଏହାର ତଦନ୍ତ କମିଶନ ନିଯୁକ୍ତି କରିଥିଲେ। ନାଇଡୁ କମିଶନ ୭୮ ଜଣ ସରକାରୀ । ସାକ୍ଷୀଙ୍କ ସମେତ ପ୍ରାୟ ୩୦୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ହଜାର ହଜାର ଦସ୍ତାବିଜ୍ ବିଚାରକୁ ନେଇଥିଲେ । ସାକ୍ଷୀ ଦେଇଥିବା ବ୍ୟକ୍ତିଙ୍କ ମଧ୍ଯରେ ରାଜନେତା ନରସିଂହ ମିଶ୍ର, ବିଶ୍ବଭୁଷଣ ହରିଚନ୍ଦନ, ମନମୋହନ ସାମଲ, ସୁରମା ପାଢୀ, ନାଗାର୍ଜୁନ ପ୍ରଧାନ ଓ ପଦ୍ମନାଭ ବେହେରା ଭଳି ବ୍ୟକ୍ତି ବିଶେଷ ଥ‌ିବା ବେଳେ ସରକାରୀ ସାକ୍ଷୀ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର । ଅରବିନ୍ଦ ବେହେରା, ଡ. କିଶନ କୁମାର, ଗଙ୍ଗାଧର ସିଂ, ମଧୁସୂଦନ ପାଢୀ , ଅଶୋକ ମିନା ଓ ଭିନିଲ୍‌ କ୍ରିଷ୍ଣା ଏବଂ ପୁଲିସ ଅଧିକାରୀ ଗୋପାଳ ଚନ୍ଦ୍ର ନନ୍ଦ, ମନମୋହନ ପ୍ରହରାଜ, ପ୍ରବୀଣ କୁମାର ଅଛନ୍ତି। କମିଶନ ତାଙ୍କର ୧୦୨୦ ପୃଷ୍ଠାର ତଦନ୍ତ ରିପୋର୍ଟ ଦୁଇଟି ଭଲ୍ୟୁମରେ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ଦାଖଲ କରିଥିବା ତଦନ୍ତ କମିଶନଙ୍କ ସ୍ଵତନ୍ତ୍ର ସରକାରୀ ଓକିଲ ବିଜୟ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି। କିନ୍ତୁ ଦୀର୍ଘ ୭ବର୍ଷ ବିତିଯାଇଥିଲେ ମଧ୍ୟ ଏହି ତଦନ୍ତ ରିପୋର୍ଟ ନାଲିଫିତା ତଳେ ରହିଯାଇଛି। ସେହିପରି ୨୦୦୭ ମସିହାରେ ଗଠିତ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନ ଏବଂ ୨୦୧୬ରେ ଗଠିତ ଅନ୍ୟ ଏକ ତଦନ୍ତ କମିଶନ ରିପୋର୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିନାହିଁ । ୨୦୦୭ ମସିହାରେ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଉପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଆକ୍ରମଣ ହୋଇଥିଲା। ଡିସେମ୍ବର ୨୪ ତାରିଖ ବଡଦିନ ପୂର୍ବ ଦିନ ବ୍ରାହ୍ମଣଗାଁ ଠାରେ ଏକ ଯଜ୍ଞ କରିବାକୁ ଯାଉଥ‌ିବା ବେଳେ ଦାରିଙ୍ଗିବାଡି ବ୍ଲକର ଦାସିଙ୍ଗିବାଡି ଠାରେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ଏଥିରେ ତାଙ୍କ ଗାଡି ଭାଙ୍ଗିଯିବା ସହ ସେ ଆହତ
ହୋଇଥିଲେ। ଏହି ଘଟଣା ଜଣା ପଡିବା ପରେ ଜିଲାର ବିଭିନ୍ନ ଅଂଚଳରେ ହିଂସା ସୃଷ୍ଟି ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ପାଇଁ ମଧ୍ୟ ରାଜ୍ୟ ସରକାର ଏକ ତଦନ୍ତ କମିଶନ ବସାଇଥିଲେ। ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀଙ୍କୁ ଏହାର ଦାୟିତ୍ଵ ଦିଆଯାଇଥିଲା । ତଦନ୍ତ କମିଶନ ଘଟଣାର ତଦନ୍ତ କରି ଗତ ୨୦୧୫ ମସିହାରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଆଳି ପର୍ଯ୍ୟନ୍ତ ତାହା ସାର୍ବଜନୀନ କରାଯାଇନାହିଁ । ଅନ୍ୟପକ୍ଷରେ ଦଙ୍ଗା ଘଟଣାକୁ ନେଇ ବିଭିନ୍ନ ସମୟରେ କ୍ଷତିପୂରଣ ବୃଦ୍ଧି ଓ କିଛି ମାମଲାର ପୁନଃ ତଦନ୍ତ ଦାବିକରି ମାମଲା ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ଯାଇଥିବା ଶୁଣିବାକୁ ମିଳିଛି । ତେଣୁ ସବୁ ଘଟଣାକୁ ଦୃଷ୍ଟିରେ ରଖୁ କମିଶନ ରିପୋର୍ଟ ଜାଣିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଆଳି ପର୍ଯ୍ୟନ୍ତ ଲାଗିରହିଛି । ସେହିପରି ୨୦୧୬ ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ଗୁମୁଡୁମାହାରେ ପୁଲିସ୍ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ସେହି ସମୟରେ ମଧ୍ୟ ରାଜ୍ୟ ସରକାର ଅନ୍ୟ ତଦନ୍ତ କମିଶନ ବସାଇଥିଲେ। କନ୍ଧମାଳ ଜିଲାର ତତ୍କାଳୀନ ଜିଲା ଦୌରାଜଜ୍ ମହମ୍ମଦ ଆଳମଲ୍‌କୁ ଏହାର ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ଆଜମଲ୍ ଗୋଟିଏ ବର୍ଷ ମଧ୍ଯରେ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ ନାଲିଫିତା ତଳେ ରହିଯାଇଛି ।

ଉଲ୍ଲେଖଯୋଗ୍ୟ, ପ୍ରତି କମିଶନ ତଦନ୍ତ କରିବା ସମୟରେ ଜନଅସନ୍ତୋଷର କାରଣ ଗୁଡ଼ିକ ଖୋଜିଥାନ୍ତି ଏବଂ ଭବିଷ୍ୟତରେ ଯେଉନି ଏ ପ୍ରକାର ଘଟଣା ନଘଟିବ ତାହାକୁ ନେଇ ବିଭିନ୍ନ ପ୍ରସ୍ତାବ ସରକାରଙ୍କୁ ଦେଇଥାନ୍ତି । କିନ୍ତୁ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହୋଇନଥିବାରୁ କମିଶନଙ୍କ ପ୍ରସ୍ତାବ ଗୁଡ଼ିକୁ ରାଜ୍ୟ ସରାକର କିଭଳି
ରିପୋର୍ଟ ସରକାରୀ ନାଲିଫିତା ତଳେ ରହିଛି ।
୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ସ୍ବାମା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ଅନ୍ୟ ୪ଜଣଙ୍କୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଜଲେଶପଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ ରାତିରେ ଦୁର୍ବୃତ୍ତମାନେ ଆଶ୍ରମ ମଧ୍ୟକୁ ପଶି ଆଖଳା ଗୁଳି ଚଳାଇଥିଲେ। ଏଥ‌ିରେ ସ୍ଵାମୀଳୀଙ୍କ ମୃତ୍ୟୁ ହୋଇଯାଇଥିଲା । ପର ଦିନ ଏହି ଘଟଣା ଜଣାପଡିବା ପରେ କନ୍ଧମାଳରେ ବ୍ୟାପକ ହିଂସା ଦେଖାଦେଇଥିଲା । ତେଣୁ ଜଲେଶପଟା ଆଶ୍ରମରେ ଯେଉଁ ହତ୍ୟାକାଣ୍ଡ ଘଟିଥିଲା ଓ ତାହାର ପରବର୍ତ୍ତୀ ସମୟରେ ଜିଲାରେ ଯେଉଁ ଅଶାନ୍ତି ଓ ହିଂସା ସୃଷ୍ଟି ହୋଇଥିଲା ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାର ବିଚାର ବିଭାଗୀୟ କମିଶନ ବସାଇ ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନିଯୁକ୍ତି ଦେଇଥିଲେ । ଜଷ୍ଟିସ୍ ମହାପାତ୍ର କନ୍ଧମାଳ ଜିଲାକୁ ବାରମ୍ବାର ଗସ୍ତ କରି ପ୍ରାଥମିକ ତଦନ୍ତ କରିବା ସହ ୬ ମାସ ମଧ୍ୟରେ ତାଙ୍କର ଅନ୍ତରାଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟର ଅନ୍ୟାନ୍ୟ ହିଂସାଗ୍ରସ୍ତ ଜିଲାକୁ ଯାଇ ତଦନ୍ତ କରିବା ସହ ସାକ୍ଷ୍ୟ ଗ୍ରହଣ ଆରମ୍ଭ କରିଥିଲେ। ତେବେ ଦୁର୍ଭାଗ୍ୟବଶତଃ ୨୦୧୨ରେ ଜଷ୍ଟିସ୍‌ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଥିଲା । ଏହା ପରେ ସରକାର ଜଷ୍ଟିସ୍ ଏନେଇ ପ୍ରଶ୍ନ ବାଚି ସୃଷ୍ଟି ହେଉଛି

error: Content is protected !!