ରିପୋର୍ଟ (ପ୍ରଦିପ ସେଠଆ)
କଳାହାଣ୍ଡି (ଆମ ଓଡ଼ିଶା ଖବର) ଭବାନୀପାଟଣା ର ଯବାନଫିଯିକାଳଏକାଡେମୀ ସେଣ୍ଟର୍ ରେ ଯୁବକ ବର୍ଗର ପିଲା ମାନଙ୍କୁ ଫିଜିକାଳ ତାଲିମ କର ଯାଇ ବିଭିନ୍ନ ଡିଫେନ୍ସ ଲାଇନରେ ଚାକିରି ପାଇବା ପାଇଁ ସୁଯୋଗ ମିଲୁ ଥିବା ଖବର ପାଇଥିବାରୁ ଭବାନୀପାଟାନା ରେଏକାଡେମି ରେ ଗତ କାଲି ନାର୍ଲା ବ୍ଲକ୍ ର ଚାରି ଜଣ ସମେତ ଏଗାର ଜଣ ଛାତ୍ର କୃତିତ୍ବ ଅର୍ଜ୍ଜନ କରଛନ୍ତି। ସି. ଆର. ପି .ଏଫ ରେ ତିନି ଜଣ ମାଣ୍ଡେଲ ର ଉତ୍ତମ ସେନାପତି, ବିରଞ୍ଚି ବିଶ୍ଵାଳ , ଅଜୟ ସୁନାନୀ ଓ ବି. ଏସ.ଏଫ୍ ରେ ଚାରି ଜଣ ନର୍ଲା ର ଲିଲୁ ଭୋଇ, ଲମସିଂହା ର ତେଜରାଜ ପ୍ରଧାନ , ଯୁବରାଜ ଚାନ, ବସନ୍ତ ଶବର ଏବଂ ଆଇ. ଟି ବି. ପି ରେ ଦୁଇ ଜଣ ମାଣ୍ଡେଲ ର ମୁନା ହର୍ପାଲ୍ ଓ ତରୁଣ ଆଉ ସି. ଆଇ. ଏସ୍ .ଏଫ୍ ରେ ଜଣେ ଦୀନବନ୍ଧୁ ସାହୁ ସଫଳ ହେଇଛନ୍ତି । ଉକ୍ତ କୋଚିଂ ସେଣ୍ଟର୍ ରେ ଫିଜିକାଲ ଶିକ୍ଷକ ପୂର୍ବତନ ସୌନିକ ଭୂପିନ୍ଦ୍ର ନାଏକ ଓ ଜହ୍ନସନ୍ ମାଝୀ, ରିଟିନ ଶିକ୍ଷକ ପ୍ରଫୁଲ୍ଲ ଗଉଡ ସାଧାରଣ ଜ୍ଞାନ ଶିକ୍ଷକ ସାହିଲ ବୋଡକିଆ ,କମ୍ପ୍ୟୁଟର ଓ ଓଡ଼ିଆ ବ୍ୟାକରଣ ଭୋଲା ଶଙ୍କର ପାତ୍ର, ଗଣିତ ସୌରଭ ସାହୁ, ଶିଶିର, ପରମିକ ପ୍ରମୁଖ ଦାୟିତ୍ବ ନେଇଛନ୍ତି। ପୂର୍ବ ରୁ ଏସ୍. ଏସ. ସି ଜିଡି ର ଛଅ ଜଣ ଓ ଅଗ୍ନି ବୀର ରେ ପାଞ୍ଚ ଜଣ ସମେତ ଓଡ଼ିଶା ପୋଲିସ ରେ ଚଉଦ ଜଣ ଛାତ୍ର ସଫଳ ଅର୍ଜ୍ଜନ କରିଥିଲେ। ଏବେ ମଧ୍ୟ ସମସ୍ତ ପ୍ରକାର ଟ୍ରେଡର ଟ୍ରେନିଂ ଚାଲିଅଛି। ଏକାଡେମୀ ତରଫ ରୁ ଚାକିରି ପାଇଥିବା ସମସ୍ତ ଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଭବିଷ୍ୟତ ଜୀବନ ଆହୁରି ଉଜ୍ଜ୍ୱଳମୟ ହେଉ ବୋଲି ଯବାନ ଫିଯିକାଲ ଏକାଡେମୀ ର ସମସ୍ତ କୋଚ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l