ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ସମିତି ସଭ୍ୟମାନଙ୍କୁ ନେଇ ଏକ ବୈଠକ ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଅସ୍ଥାୟୀ ସଭାପତି ଭାବରେ ଗୁଡଭେଲିପଦର ସମିତିସଭ୍ୟ ଦୁର୍ଯ୍ୟୋଧନ ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ପ୍ରଶାସନ ସମିତି ସଭ୍ୟମାନଙ୍କୁ କୌଣସି କାର୍ଯ୍ୟରେ ଗୁରୁତ୍ୱ ଦେଉନାହିଁ l ତା ସହିତ ସମିତି ସଭ୍ୟଙ୍କ ବସିବା କିମ୍ବା ଆଲୋଚନା କରିବା ପାଇଁ କୌଣସି ଜାଗାର ବ୍ୟବସ୍ଥା ନାହିଁ ସେଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ l ଏଥିପାଇଁ ଜିଲ୍ଲାସ୍ତରରେ କମିଟିର ଆବଶ୍ୟକତା ଅନୁଭବ କରି ଜିଲ୍ଲା କମିଟି ଗଠନ ପାଇଁ ନିଷ୍ପତି ନିଆଯାଇଥିଲା l ସଭାପତି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପସଭାପତି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ୍ୟା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ସଂପାଦକ ଭାବରେ ଖଲିଆପାଲି ସମିତି ସଭ୍ୟ କେଦାରନାଥ ସାହୁ, ସହସଂପାଦକ ଭାବରେ ବ୍ରାହ୍ମଣୀପାଲି ସମିତି ସଭ୍ୟ ସୁମନ୍ତ ସାହୁ, ସହ ସଂପାଦିକା ଶୁଣ୍ଡିପଦର ସମିତି ସଭ୍ୟା ଶ୍ରୀମତୀ ସିଲାବତୀ ସାହୁ ସୋସିଆଲ ସଂଯୋଜକ ଭାବରେ ତେଲିବନ୍ଧ ସମିତି ସଭ୍ୟ ସୁନୀଲ କୁମାର ସେଠୀ, କୋଷାଧ୍ୟକ୍ଷ ଭାବରେ କୁଶଙ୍ଗ ସମିତି ସଭ୍ୟ କାହ୍ନୁ ଚରଣ ନାଥ, ଉପଦେଷ୍ଟା କମିଟି ଭାବରେ ସମିତି ସଭ୍ୟ ବାଣିଭୂଷଣପୁର ପ୍ରଶାନ୍ତ ପ୍ରଧାନ, ସମିତି ସଭ୍ୟ ଗୁଡଭେଲିପଦର ଦୁର୍ଯ୍ୟୋଧନ ପ୍ରଧାନ, ଖଟଖଟିଆ ସମିତି ସଭ୍ୟା ଶ୍ରୀମତୀ ଆଲ୍ଲାଦିନୀ ମହାଲିକ, ରକ୍ସା ସମିତି ସଭ୍ୟ ଦଳଗଞ୍ଜନ ବେହେରା, କୋଳତାଯୋର ସମିତି ସଭ୍ୟ ମହେନ୍ଦ୍ର ରଣାଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଥିଲା l
ବୌଦ୍ଧ ଜିଲ୍ଲା ସମିତି ସଭ୍ୟ ସଂଘ ଗଠିତ l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l