ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆଜି ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଯେତେସବୁ ଅଜଣା ଅସହାୟ ଶବସତ୍କାର କରାଯାଇଥିଲା ତାଙ୍କର ଆତ୍ମାର ସଦଗତି କାମନା କରି ଚନ୍ଦ୍ରଭାଗା ଓ ମହୋଦଧି ରେ ସମୂହ ତିଳତର୍ପଣ କରାଯାଇଛି । ଏହି ସଂଗଠନ ପ୍ରତିବର୍ଷ ବୌଦ୍ଧ ଦେଇ ବହିଯାଇଥିବା ମହାନଦୀରେ ସମୂହ ତିଳତର୍ପଣ କରୁଥିବାବେଳେ ଏବର୍ଷ ଚନ୍ଦ୍ରଭାଗା ଓ ମହୋଦଧି ରେ ତିଳତର୍ପଣ କରିବା ସହିତ ସମଗ୍ର ମାନବ ସମାଜର ମଙ୍ଗଳ କାମନା କରି ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓ ଜଗତ ଜନନୀ ମାଁ ଘଟଗାଁ ତାରିଣୀ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ମିନୁ ପ୍ରସାଦ ମିଶ୍ର ,ରାମଚନ୍ଦ୍ର ମେହେର ,ରମେଶ ପ୍ରଧାନ , ସନ୍ତୋଷ କୁମାର ମେହେର , କ୍ରିଷ୍ଣା ମେହେର , ବିକାଶ ମେହେର ସଂଯୁକା ମଲ୍ଲିକ, ସନ୍ତୋଷିନୀ ମେହେର ଓ ଇନ୍ଦ୍ରମଣି ମେହେର ପ୍ରମୁଖ ସାମିଲ ହୋଇଥିଲେ ।
ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଚନ୍ଦ୍ରଭାଗା ଓ ମହୋଦଧି ରେ ସମୂହ ତିଳତର୍ପଣ l


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l