ବିୟୁରୋ ରିପୋର୍ଟ
ପୁରୀ ଟାଉନ୍ ପୋଲିସି ପକ୍ଷରୁ ଗୁରୁବାର ଅପରାହ୍ଣରେ ସହର ସାରା ଚଢାଉ ଜାରି ରଖିଥିବାବେଳେ ମଙ୍ଗଳାହାଟ ବାଶେଳି ସାହିରୁ ଅନେକ ପରିମାଣର କୋରେକ୍ସ ବୋତଲ ଜବତ କରାଯାଇଛି।
ସୂଚନା ଥାଉକି ପୋଲିସି ସ୍ପେଶାଲ ଡ୍ରାଇଭ୍ ବିଭିନ୍ନ ସୂତ୍ରରୁ ଖବର ପାଇ ଅତର୍କିତ ଚଢାଉ କରି ୧୦୦ମିଲି ୨୦ଗୋଟି କୋରେକ୍ସ ବୋତଲ ଏବଂ ଗୋଟିଏ ମୋବାଇଲ୍ ସହ ଆସାମୀ ଧନେଶ୍ଵର ବେହେରା (୫୨) କୁ ପୋଲିସି ଧରିବାରେ ସଫଳ ହୋଇଛି। ଥାନା ଅଧିକାରୀଙ୍କ କହିବା ମୁତାବକ ଧନେଶ୍ଵର ଅନେକ ଦିନ ହେବ ଅସ୍ଥାୟୀ ଭାବେ ବୁଲି ବୁଲି ବିକ୍ରି କରୁଥିଲା ଡ୍ରଗ୍ସ ଏବଂ କୋରେକ୍ସ। ବିକ୍ରି ହେଉଥିବ ସ୍ଥାନରେ ପୋଲିସି ପହଞ୍ଚିବା କ୍ଷଣି ପୋଲିସିକୁ ଦେଖି ଚମ୍ପଟ ମାରୁଥିଲା ଧନେଶ୍ଵର। କିନ୍ତୁ ଆଜି ଧନେଶ୍ଵରକୁ ରେଡହ୍ୟାଣ୍ଡରେ ଧରିବାରେ ପୋଲିସିକୁ ସଫଳ ମିଳିବା ସହ ସ୍ପେଶାଲ୍ ଡ୍ରାଇଭ୍ ଟିମକୁ ଧନ୍ୟବାଦ ଦେଇଛନ୍ତି ଥାନା ଅଧିକାରୀ। ଧନେଶ୍ଵର ବେହାରକୁ କେସ୍ ନଂ ୨୯୦ ଏବଂ ଆଇପିସି ଅଣ୍ଡର ସେକ୍ସନ ୨୭୪/୨୭୫/୨୭୬ ମାମଲା ରୁଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଜିବାର ସୁଚନା ଦେଇଛନ୍ତି ପୁରୀ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ l


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l