ଆଜି ବିଶେଷ ସୂତ୍ରରୁ ଖବର ପାଇ ବାଲିମେଳା ବାନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ତ ମନ୍ଦିର ତଳ ଲାଇନ୍ ୱାର୍ଡ ନଂ 0୯ ଶ୍ରୀ ମୋହିଦ୍ଦିନ ସରିଫ,ବୟସ ୫୦ ବର୍ଷ ବାସଗୃହରେ ଏକ ରେଡ୍ କରାଯାଇଥିଲା । ବନଖଣ୍ଡ ଅଧିକାରୀ,ମାଲକାନଗିରି ଶ୍ରୀ ପ୍ରତାପ କୋଟାପାଳିଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ,ବାଲିମେଳା ଶ୍ରୀ ଜଗନ୍ନାଥ ପ୍ରସାଦ ବିଷୟିଙ୍କ ନେତୃତ୍ୱରେ ବାଲିମେଳା ବନାଞ୍ଚଳ ୩୭ ଜନିଆ ଟିମ୍ ଏବଂ EXICUTIVE ମାଜିଷ୍ଟେଟ ଶ୍ରୀ ପ୍ରଶାନ୍ତ ଵତ୍ରା (ଅତିରିକ୍ତ ତହସିଲଦାର,ଛିତ୍ରକୁଣ୍ଡା)ଙ୍କ ଉପସ୍ଥିତିରେ ରେଡ୍ କରାଯାଇଥିଲା

ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ଇସୁ କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ବନପାଳ ଶ୍ରୀ ମୋହନ ଗୁଡ଼ିଆ ଏବଂ ଅନ୍ନ କର୍ମଚାରୀ ତନଖି କରିଥିଲେ । ଉକ୍ତ ରେଡରେ ମୋହିଦ୍ଦିନ ସରିଫ ସଂପୂର୍ଣ୍ଣ ସହଯୋଗ କରିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାଇ ସେ ତାଙ୍କର ଝିଅର ବାହାଘର ପାଇଁ ଏହି କାଠ ଗୁଡ଼ିକ କିଣି ରଖିଥିବାର ପ୍ରକାଶ କରିଥିଲେ । ରେଡ୍ ରେ ପ୍ରାୟ ୪୫ ଖଣ୍ଡ ଶିଶୁ, ଟିକ୍ ଏବଂ ଵୀଜା କାଠ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨,୫୦,୦୦୦ ଟଙ୍କା ହବ ।ଜବତ କାଠ ସପକ୍ଷରେ ଶ୍ରୀ ମୋହିଦ୍ଦିନ ସରିଫ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରି ନଥିଲେ । କାଠ ଗୁଡ଼ିକ ଜବତ ପରେ ବାନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନରକ୍ଷୀ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କ ଜୀମାରେ ରଖାଯାଇଛି । ବନ ବିଭାଗର କର୍ମଚାରୀ ମାନେ ଏକ ଜଙ୍ଗଲ ମୋକଦ୍ଦମା ରୁଜୁ କରି ଉକ୍ତ ଘଟଣାଟିର ଅଧିକ ତଦନ୍ତ ଜାରି ରଖିଛି।ବାଲିମେଳାରୁ ସଞ୍ଜୟ ଅଧିକାରୀଙ୍କ ରିପୋର୍ଟ ସ୍ୱାଧିକାର ନିୟୁଜ।



More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.