ଦରଦାମ ବୃଦ୍ଧି, କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି, ରାଷ୍ଟ୍ରାୟତ ଉଦ୍ୟୋଗ ବିକ୍ରି ବିରୁଦ୍ଧରେ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ଆହ୍ୱାନ।*

ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ

ରାଉରକେଲା : ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ ଆଜି ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଜିଲ୍ଲା ସଭାପତି ତଥା ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଯୋଗଦାନ କରି କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ଆଜି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବଢ଼ିଚାଲିଛି, ସରକାର ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଅନ୍ୟପକ୍ଷରେ ଦେଶର ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ବିରୋଧର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ମୋଦି ସରକାର ବିରୋଧରେ ଅସନ୍ତୋଷ ବ୍ୟାପକ ହେଉଥିବା ବେଳେ ଏଥିରେ ଭୟଭୀତ ହୋଇ ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାର ମାନଙ୍କୁ ସରକାରୀ ସଂସ୍ଥା ଇ ଡି,ସି ବି ଆଇ ଭୟ ଦେଖାଇ ଦଳ ମାନଙ୍କୁ ଭାଙ୍ଗି ନିଜ ଦଳରେ ସାମିଲ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ମୋଦି ଦୁର୍ନୀତି ବିରୋଧରେ ସେ ଗ୍ୟାରେଣ୍ଟି ବୋଲି ଭଳି ବାହାସ୍ପୋଟ ମାରୁଥିଲା ବେଳେ ମହାରାଷ୍ଟ୍ର ଏନ୍ ସି ପି ର ସମସ୍ତ ଦୁର୍ନୀତି ଗ୍ରସ୍ତ ନେତା ମାନଙ୍କୁ ନେଇ ମନ୍ତ୍ରୀ ମଣ୍ଡଳରେ ସାମିଲ କରୁଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଦୟନୀୟ ଅବସ୍ଥା ଦେଇ ଗତି କରୁଥିବାବେଳେ ସରକାର ଙ୍କ ଏ ଦିଗରେ କୌଣସି ନିଘା ନାହିଁ।ଏହା ବିରୋଧରେ ଦେଶବ୍ୟାପୀ ସି ଆଇ ଟି ୟୁ ଆନ୍ଦୋଳନ ର ଡାକରା ଦେଇଛି। ଏହାକୁ ସଫଳ କରିବାକୁ ସେ ଉପସ୍ଥିତ ଜିଲ୍ଲା ନେତୃତ୍ୱ ମାନଙ୍କୁ ଆହ୍ୱାନ କରିଥିଲେ । ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ଆଗାମୀ ଦିନରେ ରାଜ୍ୟ କମିଟି ଦେଇଥିବା ଡାକରା କୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ପ୍ରସ୍ତାବ ମାନ ଉପସ୍ଥାପନ କରିଥିଲେ। ଜିଲ୍ଲା କମିଟି ର ବିଭିନ୍ନ ୟୁନିୟନ ର ନେତୃତ୍ୱ ମାନେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରସ୍ତାବ ମାନ ଉପସ୍ଥାପନ କରିଥିଲେ। ଜୁଲାଇ ୧୬ ତାରିଖ ଦିଲ୍ଲୀ ଠାରେ ଘରୋଇକରଣ ଓ ରାଷ୍ଟ୍ରାୟତ ଉଦ୍ୟୋଗ ବିକ୍ରି ବିରୁଦ୍ଧରେ ଜାତୀୟ କନଭେନସନ ଅନୁଷ୍ଠିତ ହେବ।୧୮ ଜୁଲାଇ ବିଦ୍ୟୁତ, ରେଳବାଇ ଘରୋଇକରଣ ବିରୋଧରେ ଜାତୀୟ କନଭେନସନ, ଅଗଷ୍ଟ ୯ ତାରିଖ ଭାରତ ଛାଡ଼ ଆନ୍ଦୋଳନର ସ୍ମାରକୀ ଦିବସ ରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଭୁବନେଶ୍ୱର ଠାରେ ଗଣଧାରଣା, ଅଗଷ୍ଟ ୧୦ ତାରିଖ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ରାଉରକେଲା ରେ ବିକ୍ଷୋଭ, ଅଗଷ୍ଟ ୧୪ ଅହୋରାତ୍ର ଜାଗରଣ ଓ ସ୍ଵାଧୀନତା ଦିବସ ପାଳନ, ସେପ୍ଟେମ୍ବର ୩ ରୁ ୬ ତାରିଖ ସି ଆଇ ଟି ୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲା ଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ସାମଲ,ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ଶକୁନ୍ତଳା ମହାକୁଡ଼,ପ୍ରଭାତ ପଣ୍ଡା, ହୃଦୟାନନ୍ଦ ଯାଦବ, ରାଜ କିଶୋର ପ୍ରଧାନ,ଅଜୟ ଶର୍ମା, ଆନନ୍ଦମାସି ହରୋ, କୃଷ୍ଣ ବାରିକ୍, ହରିଶ୍ ରାୟ, ସୁରେନ୍ଦ୍ର ଦାଶ, ଅକ୍ଷୟ ମହାନ୍ତ, ରତ୍ନାକର ନାୟକ, ଯଯାତି କେଶରୀ ସାହୁ, ସୁରେଶ ମୁଦାଲି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି,ଅରୁ ଦାସ, ବିନୟ ବେଉରିଆ, ଏନ୍ ଏନ୍ ପାଣିଗ୍ରାହୀ,କବି ପ୍ରଧାନ, ଅରୁଣ ମହାରଣା, ବଛିରାମ ବେହେରା, ସାଗର ଛୋଟରାୟ, ବିଶ୍ଵନାଥ ଲେଙ୍କା, ଦିବାକର ମହାରଣା, ଗୌରୀ ଶଙ୍କର ପାତ୍ର, ସମ୍ୱିତ ସ୍ବାଇଁ, ଅଜିତ ଏକ୍କା, ଦେବାନନ୍ଦ ରାଉତ, ମିହିର ପାତ୍ର, ଉପେନ୍ଦ୍ର ତ୍ରିପାଠୀ, ଶ୍ରୀନିବାସ ମହାଳିକ, ସୁଦର୍ଶନ ପାତ୍ର,ଓମନ୍ତ କୁମାର ମହାନ୍ତ, ବାସୁଦେବ ସାହୁ, ଅଶୋକ ମିଶ୍ର ପ୍ରମୁଖ ଜିଲ୍ଲା ନେତୃତ୍ୱ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

error: Content is protected !!