ରିପୋର୍ଟର -ଯଯାତି କେଶୋରୀ ବିଶ୍ୱାଳ
ଲଟେରୀ ମାଧ୍ୟମରେ ବିସ୍ଥାପିତଙ୍କୁ ଦିଆଗଲା ଦୋକାନ ଘର ରାଉରକେଲା ୧୧ ଜୁଲାଇ ୨୦୨୩:- ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ନବ ନିର୍ମିତ ପାନପୋଷ ମର୍କେଟ କମ୍ପ୍ଳେକ୍ସର ପ୍ରଥମ ପର୍ଯ୍ୟାୟ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି । ଉଦିତ ନଗର ସ୍ଥିତି ପାଠାଗାର ପରିସରରେ ଲଟେରୀ ପ୍ରକ୍ରିୟାରେ ମାଧ୍ୟମରେ ମୋଟ ୧୧୧ ଜଣ ବିସ୍ଥାପିତଙ୍କୁ ଦୋକାନ ଗୃହ ପ୍ରଦାନ କରାଯାଇଛି । ଆଜିର ଏହି ଆବଣ୍ଟନ ପ୍ରକ୍ରିୟାରେ ବିସ୍ଥାପିତ ଦୋକାନ ମାଲିକ ଅଥବା ସେମାନଙ୍କ ଦ୍ବାରା ଅଧିକୃତ ବ୍ୟକ୍ତି ଉପସ୍ଥିତ ରହି ଲଟେରୀ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

ତେବେ ଆଜିର ଏହି ଲଟେରୀ ପ୍ରକିୟାରୁ ନିଜ ଇଚ୍ଛାରେ ଓହରି ଯାଇଥିବା ୪ ଜଣ ଦୋକାନ ମାଲିକଙ୍କୁ ସେମାନଙ୍କ ପସନ୍ଦ ମୁତାବକ ଦୋକାନ ଗୃହ କମ୍ପ୍ଳେକ୍ସର ପ୍ରଥମ ମହଲାରେ ପ୍ରଦାନ କରାଯିବ । ଆବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯିବା ସହ ନୂଆ ଦୋକାନ ଗୃହ ପ୍ରଦାନ କରାଯାଇଥିବାରୁ ବିସ୍ଥାପିତମାନେ ଖୁସି ବ୍ୟକ୍ତ କରିଥିଲେ । ଆଜିର ଏହି ପ୍ରକ୍ରିୟାର ମହାନଗର ନିଗମ ଉପ ଆୟୁକ୍ତ ସୁଧାଂଶୁ ଭୋଇ, ଡ. ଗୌରବମୟ ପ୍ରଧାନ, ସୀତାଦେବୀ ମାଝି, ସୁକାନ୍ତ କୁମାର ବେଉରା, ଅତିରିକ୍ତ ଆୟୁକ୍ତ ନରେନ୍ଦ୍ର ପ୍ରଧାନଙ୍କ ସମେତ ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟସିଟି ଲିମିଟେଡର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଆବଣ୍ଟନ ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ସୂଚନା ଯୋଗ୍ୟ ଯେ, ପ୍ରାୟ ୩.୫ ଏକର ଜମିରେ ୫୩. ୫୩ କୋଟି ଟଙ୍କା ବ୍ୟାୟରେ ଏହି ମାର୍କେଟ କମ୍ପ୍ଳେକ୍ସ ନିର୍ମିତ ହୋଇଛି । ଏଥିରେ ମୋଟ ୨୦୬ଟି ଦୋକାନ ଗୃହ ସହିତ ପାର୍କିଂ ସୁବିଧା ରହିଛି।
More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l