ଧର୍ମଗଡ: ସୋମବାର ଦିନ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଅଦଦ୍ଭୁତ ଭାବେ ଏକ ଶିଶୁ ପୁତ୍ର ର ଜନ୍ମହୋଇଛି।ପର୍ଲା ପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମର ବେବନ୍ତି ଲିମଗୋଛିଆ ଙ୍କ ୪ର୍ଥ ଗର୍ଭ ରେ ଏହି ଶିଶୁପୁତ୍ର ଜନ୍ମ ହୋଇଥିବା ଜଣାପଡିଛି।ଗତ ସୋମବାର ଦିନ ଗର୍ଭ ଯନ୍ତ୍ରଣା ହେବା ପରେ ପର୍ଲା ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ।ସେଠାରେ ସାଧାରଣ ଭାବେ ଏକ ଶିଶୁ ଜନ୍ମ ହୋଇଥିଲା।ହେଲେ ଶିଶୁର ଠିକ ନାଭି ପଡ଼ ରୁ ଅନ୍ତନଳୀ ସବୁ ବାହାରି ପଡିଥିବା ଦେଖାଦେଇଛି।ଚିକିତ୍ସକ ଡାକ୍ତର ସାଂଗେ ସାଂଗେ ଜିଲ୍ଲା ଡାକ୍ତର ଭବାନୀପାଟଣା କୁ ସ୍ଥାନାନ୍ତର କରିଥିଲେ।ହେଲେ ସୂଚନା ମତାବକ ସେଠାକାର ଡାକ୍ତର ମଧ୍ୟକଟକ ବଡ଼ ମେଡ଼ିକାଲ କୁ ରେଫର କରିଥିବା ଜଣାପଡ଼ିଛି।ଏଭଳି ଘଟଣା ହଜାରେ ରୁ ଗୋଟାଏ ଦେଖିବାକୁ ମିଳେ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଶୁତୋଷ ପଟ୍ଟନାୟକ ପ୍ରକାଶ କରନ୍ତି।



More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l