ରାଜ୍ୟ ହେଉ ଅବା ଦେଶ ସବୁଠି ଗୋଟିଏ ଟେନ୍-ସନ୍ , ଆଉ ଏହି ଟେନ୍-ସନ୍ ହେଉଛି ସାଇବର କ୍ରାଇମ । ଏହି ସାଇବର କ୍ରାଇମ ଉପରେ ରୋକ୍ ଲଗାଇବା ପାଇଁ ଏକ ମାତ୍ର ସଚେତନ ହେବାକୁ ପଡିବ , ନଚେତ ଆମେ ମଧ୍ୟ ଏହି ସାଇବର କ୍ରାଇମ ର ଶିକାର ହେବାକୁ ପଡିବ । ଏ ସବୁ ସତ୍ୱେ ଜଣା-ଅଜଣା ଭାବେ ଯଦି ସାଇବର କ୍ରାଇମ ର ଶିକାର ହେଉଛନ୍ତି ତେବେ ସ୍ଥାନୀୟ ପୋଲିସ ଏବଂ ସାଇବର ଥାନା ପୋଲିସ ସହିତ ତୁରନ୍ତ ସହଯୋଗ ଲୋଡନ୍ତୁ । ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ବିଶେଷ କରି ଯୁବ ସମାଜ ଏବଂ ମଧ୍ୟବିତ୍ତ ବର୍ଗର ବ୍ୟକ୍ତି ବିଶେଷ ଏହି ସାଇବର କ୍ରାଇମର ଶିକାର ହେଉଛନ୍ତି , ତେଣୁ ରାଜ୍ୟ ସରକାରଙ୍କ ଓ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ ମତେ ଓଡ଼ିଶାର ପ୍ରତ୍ୟେକ ଥାନା ଏରିଆରେ ସ୍ଥାନୀୟ ପୋଲିସ ଓ ସାଇବର ଥାନା ପୋଲିସର ମିଳିତ ଉଦ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୁର୍ଗା ଚରଣ ଚିଲିକା କଲେଜ ଏବଂ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ସାଇବର କ୍ରାଇମ କୁ ରୋକିବା ପାଇଁ ଜନ ସଚେତନତା କରାଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଇବର ଥାନା ଖୋର୍ଦ୍ଧା ର DSP ଜୋତ୍ସ୍ନା କାଉଁରୀ ଓ ମିନାକ୍ଷୀ ଠାକୁର , ବାଲୁଗାଁ SDPO ଶୁଭ୍ରାଂଶୁ ମିଶ୍ର , ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସଚେତନତା କରିଥିଲେ । ଟାଙ୍ଗୀ କଲେଜର ଅଧ୍ୟକ୍ଷ ଶିତାଂଶୁ ଭୂଷଣ ନନ୍ଦ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଠିକ୍ ସେହିପରି ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ରେ ମଧ୍ୟ ସାଇବର କ୍ରାଇମ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା । ଟାଙ୍ଗୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇ ପୂର୍ଣ୍ଣ ସହଯୋଗ କରିଥିଲେ । ଟାଙ୍ଗୀ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରାଯାଇଥିଲା ।
ଆସ ସଚେତନ ହେବା , ସାଇବର କ୍ରାଇମ ରୋକିବା
******** ****** ********

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l