ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଜୁନିଅର କଲେଜରେ ରାଜ୍ୟ ସରକାରଙ୍କ ‘ନୂଆ ଓଡିଶା-ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଅନୁଷ୍ଠାନରେ ଯେ କେବଳ ଶିକ୍ଷା ଦାନ ଓ ଶିକ୍ଷା ଗ୍ରହଣ କରାଯିବ ତାହା ନୁହେଁ ବରଂ ଶିକ୍ଷା ସହିତ କ୍ରୀଡା ଓ ମନୋରଞ୍ଜନାତ୍ମକ ଭଳି କାର୍ଯ୍ୟକ୍ରମ କରାଗଲେ ହିଁ ଆମ ଶିକ୍ଷା ଅନୁଷ୍ଠାନ ଟି ଆଦର୍ଶ ଶିକ୍ଷା ଅନୁଷ୍ଠାନ ହୋଇପାରିବ ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଏଭଳି ‘ନୂଆ ଓଡିଶା-ନବୀନ ଓଡିଶା’ କାର୍ଯ୍ୟକ୍ରମ କରାଉଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ କଲେଜର ଅଧ୍ୟକ୍ଷ ଶୀତାଶୁଂ ଭୂଷଣ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଆମନ୍ତ୍ରିତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଚେୟାରମ୍ୟାନ ରାମଚନ୍ଦ୍ର ମହାପାତ୍ର , ଖାଉଟି ଅଦାଲତ ର ପୂର୍ବତନ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ନାରାୟଣ ମହାପାତ୍ର , ଟାଙ୍ଗୀ ଜୁନିଅର କଲେଜ ପରିଚାଳନା କମିଟିର ପୂର୍ବତନ ଚେୟାରମ୍ୟାନ ତଥା ସାମ୍ବାଦିକ ରଘୁନାଥ ସାହୁ , ଟାଙ୍ଗୀ କଲେଜର ପରିଚାଳନା କମିଟିର ଚେୟାରମ୍ୟାନ ତଥା ଆଇନଜୀବୀ ମନୋଜ କୁମାର ମାନସିଂହ , ସଂଗଠକ ତଥା ସମାଜସେବୀ ବିଜୟ କୁମାର ରାଉତ , ସମାଜସେବୀ ପଠିଣୀ ସୁନ୍ଦରାୟ , ଟାଙ୍ଗୀ କଲେଜର ପୂର୍ବତନ ଅଧ୍ୟକ୍ଷ ନଳିନୀକାନ୍ତ ପଟ୍ଟନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
ଟାଙ୍ଗୀ ଦୁର୍ଗା ଚରଣ ଚିଲିକା କଲେଜର ପ୍ରଥମ ଅଧ୍ୟକ୍ଷ ନଳିନୀକାନ୍ତ ପଟ୍ଟନାୟକ ଙ୍କର କଲେଜ ପ୍ରତି ବହୁମୂଲ୍ୟ ସମୟ , ଅକ୍ଲାନ୍ତ ପରିଶ୍ରମ , ଦୃଢ ସଂକଳ୍ପ ନେଇ କଲେଜ କୁ ନୂଆ ରୂପରେଖ ପ୍ରଦାନ କରିଥିବା କାରଣରୁ ତାଙ୍କୁ କଲେଜ ପକ୍ଷରୁ ପୁଷ୍ପ ଗୁଛ ସହିତ ଉପଢୈ।କନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ଟାଙ୍ଗୀ କଲେଜର ପୂର୍ବତନ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ପାତ୍ର ଙ୍କ କଲେଜ ପ୍ରତି ଅବଦାନ କୁ ମନେପକାଇ ତାଙ୍କର ଆବର୍ତ୍ତମାନରେ ତାଙ୍କର ଉତ୍ତରାଧିକାରୀ ଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏତଦ୍-ବ୍ୟତୀତ ଶିକ୍ଷା , କ୍ରୀଡା ଓ ମନୋରଞ୍ଜନାତ୍ମକ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଜୁନିଅର କଲେଜର ସମସ୍ତ କର୍ମଚାରୀ ସଂଯୋଜନା କରିଥିଲେ ।
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ