ଟାଙ୍ଗୀ (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଘରୋଇ ଶିକ୍ଷା ଅନୁଷ୍ଠାନ ଭାବେ କାଳୁପଡାଘାଟ ମାତୃବିହାର ସ୍କୁଲର ତଥା ଶ୍ରୀ ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୩ ତମ ବାର୍ଷିକ ଉତ୍ସବ ଏବଂ ମାତୃମୀରା କଳା ନିକେତନ ର ୨୪ ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ସ୍କୁଲ ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସଂଜୟ କୁମାର ମହାପାତ୍ର ଙ୍କ ନିର୍ଦ୍ଦେଶନା ରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମ ଓ ତା’ ସାଙ୍ଗକୁ ଶିକ୍ଷଣୀୟ ଏବଂ ସମାଜ ପାଇଁ ଉପଦେଶାତ୍ମକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
କାଳୁପଡାଘାଟ ମାତୃବିହାର ସ୍କୁଲର ବାର୍ଷିକ ଉତ୍ସବ l

More Stories
ମେ ୯ରୁ ୧୨ ପିଚୁକୁଳି ଲୋକ ଉତ୍ସବର ପ୍ରସ୍ତୁତି ବୈଠକ (ଫଟୋ ଅଛି)
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଓଡ଼ିଆ ଯୁବକଙ୍କ ସମେତ ୨୬ ପର୍ଯ୍ୟଟକ ମୃତ।
ତାପଙ୍ଗ ବିନାୟକ ପବ୍ଲିକ୍ ସ୍କୁଲ ୨୩ତମ ବାର୍ଷିକ ଉତ୍ସବ