ଚିଲିକା ବକ୍ଷରେ ଚିଲିକାର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ l

ଟାଙ୍ଗି (ଆମ ଓଡ଼ିଶା ଖବର )ଚିଲିକା ହେଉଛି ଅସୁରକ୍ଷିତ , ଆବର୍ଜନାରେ ଭରପୁର ହେଉଛି ଚିଲିକା , ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଅସୁରକ୍ଷିତ , ତେଣୁ ଚିଲିକାର ସୁରକ୍ଷା ପାଇଁ ଜନ ସଚେତନତା ଅଭିଯାନ ଜରୁରୀ ଏହି ପରିପ୍ରେକ୍ଷୀରେ “ଶାନ୍ତି ଏଭର୍ ଗ୍ରୀନ ଫୋରମ୍ , ଖୋର୍ଦ୍ଧା” ର ମୂଖ୍ୟ ତଥା ପରିବେଶବିତ୍ ଓ ବରିଷ୍ଠ ସାମ୍ବାଦିକ ଧନେଶ୍ବର ବିଧାର ଙ୍କ ପକ୍ଷରୁ ଚିଲିକା ବକ୍ଷରେ ଚିଲିକା ର ସୁରକ୍ଷା ଓ ଚିଲିକାର ଅତିଥି ସାଜିଥିବା ବିଦେଶାଗତ ପକ୍ଷୀ ହୁଅନ୍ତୁ ଅବା ଚିଲିକାରେ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରୁଥିବା ଡଲଫିନ୍ ମାନଙ୍କ ସୁରକ୍ଷା  ପାଇଁ ଏକ  ଜନ-ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ , ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର କୁମାର ମାନସିଂହ , ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ପ୍ରଦୀପ୍ତ କୁମାର ରଥ , ସାମ୍ବାଦିକ ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ବନ୍ୟପ୍ରାଣୀ ସୁରକ୍ଷା ଅଧିକାରିଣୀ ମଧୁସ୍ମିତା ଜେନା ଓ ଲିପିନା ବାରିକ , ସୁଶାନ୍ତ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ନାଚୁଣୀ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ ,ସାଧାରଣ ଜନତା , ପରିବେଶବିତ୍ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବନ ସୁରକ୍ଷା , ବନ୍ୟପ୍ରାଣୀ ସୁରକ୍ଷା , ଚିଲିକା ସୁରକ୍ଷା ଏବଂ ଚିଲିକା ର ଶୋଭାବର୍ଦ୍ଧନ କରୁଥିବା ବିଦେଶୀ ପକ୍ଷୀ ସାଙ୍ଗକୁ ଡଲଫିନ୍ ମାନଙ୍କ ସୁରକ୍ଷା ପାଇଁ  “ଶାନ୍ତି ଏଭର୍ ଗ୍ରୀନ ଫୋରମ୍ , ଖୋର୍ଦ୍ଧା” ର ମୂଖ୍ୟ ତଥା ପରିବେଶବିତ୍ ଓ ବରିଷ୍ଠ ସାମ୍ବାଦିକ ଧନେଶ୍ବର ବିଧାର ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । 

error: Content is protected !!