ଟାଙ୍ଗୀ ଜଗନ୍ନାଥ ମନ୍ଦିରର ରୂପାନ୍ତରୀକରଣ ପାଇଁ ଦାବି l

ଚିଲିକା :ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦରମହକୁମା ରେ ରହିଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ଏହି ମନ୍ଦିର ଆଜିକାଲି ର ନୁହେଁ ବହୁ ପୁରାତନ ମନ୍ଦିର , ହେଲେ ମନ୍ଦିର କୁ ମିଳିନଥିଲା ସରକାରୀ ଅନୁଦାନର ଅର୍ଥ , ମାତ୍ର ଏବେ ରାଜ୍ୟ ସରକାରଙ୍କ ଘୋଷଣା ପରେ ଟାଙ୍ଗୀ ଅଞ୍ଚଳର ଏହି ଜଗନ୍ନାଥଙ୍କ ମନ୍ଦିର କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହିତ  ଟାଙ୍ଗୀ BDO ଙ୍କ ସହଯୋଗ ଲୋଡିଥିଲେ । ସରକାରଙ୍କ ଘୋଷଣା ଏବଂ ଅନୁଦାନ ଅର୍ଥ ଟାଙ୍ଗୀ ଜଗନ୍ନାଥ ମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଟାଙ୍ଗୀ BDO ଐଶ୍ୱର୍ଯ୍ୟା ସାମନ୍ତରାୟ  ସମ୍ୟକ ସୂଚନା ଦେଇଛନ୍ତି । ଯାହାଦ୍ୱାରା ମନ୍ଦିର ର ରୂପରେଖ ବଦଳିବ । ଟାଙ୍ଗୀ ଗ୍ରାମବାସୀ ଙ୍କ ସହଯୋଗ ରେ ଜଗନ୍ନାଥ ଙ୍କ ଆଦ୍ୟ ସେବକ ତଥା ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ ଙ୍କ ପ୍ରଚେଷ୍ଟାରେ ମନ୍ଦିର ନିର୍ମାଣ ହୋଇଥିଲେ ହେଁ  ମନ୍ଦିର ଆଉ କିଛି ନିର୍ମାଣ କାର୍ଯ୍ୟର ପୂର୍ଣ୍ଣାଙ୍ଗ ବାକି ରହିଛି । ମନ୍ଦିର ର ଚତୁର୍ପାର୍ଶ୍ୱରେ ପ୍ରାଚୀର , ମନ୍ଦିର ର ସ୍ୱର୍ଣ୍ଣମୁଦ ଏବଂ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ର ସାଜସଜ୍ଜା ପୂର୍ଣ୍ଣାଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଟାଙ୍ଗୀ ଅଞ୍ଚଳବାସୀ , ବୁଦ୍ଧିଜୀବୀ , ସମାଜସେବୀ , ଜଗନ୍ନାଥ ପ୍ରେମୀ ଭକ୍ତ , ଯୁବଗୋଷ୍ଠୀ , ଟାଙ୍ଗୀ ମିଡ଼ିଆ ସଂଘ  ଓ  ଜଗନ୍ନାଥ ଙ୍କ ଆଦ୍ୟ ସେବକ ତଥା ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଟାଙ୍ଗୀ ପଞ୍ଚାୟତ ରେ ଥିବା ଟାଙ୍ଗୀ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ କରିବା ପାଇଁ ଟାଙ୍ଗୀ ଗ୍ରାମର ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଗଣ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ସୂଚନା ଥାଉକି , ଟାଙ୍ଗୀ ଗ୍ରାମରେ ଜଗନ୍ନାଥଙ୍କ ମନ୍ଦିର ନଥିବା ଯୋଗୁଁ ଗ୍ରାମବାସୀ ଙ୍କ ଉପସ୍ଥିତିରେ ୨୦୦୫ ମସିହାରେ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ ଶୁଭ ଦେଇଥିଲେ । ଆଉ ତା’ପରେ ୨୦୧୩ ମସିହାରେ ନୂତନ ମନ୍ଦିର ନିର୍ମାଣ ହେଲା । ଜଗନ୍ନାଥଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ କରାଯାଉଛି । ପ୍ରତିବର୍ଷ ରଥଯାତ୍ରା  ଏବଂ ଏଥିରେ ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ ଠାକୁର ରାଜା ହୋଇ ଛେରାପହଁରା ସେବା କରି ଆସୁଛନ୍ତି , ସ୍ନାନ ଯାତ୍ରା ବିଧିବିଧାନ ଅନୁଯାୟୀ ସମାପନ କରାଯାଉଛି । ମନ୍ଦିର ର ଉଚ୍ଚତା ୩୬ ଫୁଟ୍ ରଖାଯାଇଛି । ଟାଙ୍ଗୀ ଗ୍ରାମର ଜଗନ୍ନାଥ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଏହି ଜଗନ୍ନାଥ ମନ୍ଦିରକୁ ସରକାରଙ୍କ ଘୋଷଣା ଅନୁସାରେ ଅନୁଦାନ ଅର୍ଥ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଟାଙ୍ଗୀ ଗ୍ରାମବାସୀମାନେ ଦାବି କରିଛନ୍ତି l

error: Content is protected !!