ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ରତ୍ନମାଳୀ ସାହି ନିକଟ ଯଥା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶଙ୍ଖ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଅମରଜିତ୍ ପଟ୍ଟନାୟକ । ମୃତ ଅମରଜିତ୍ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ , ମାତ୍ର ନିଶା ସେବନ କରି ଅମରଜିତ୍ ପଥଭ୍ରଷ୍ଟ ହୋଇଯାଇଥିଲା । ଯାହାକୁ ନେଇ ଅମରଜିତ୍ ପରିବାର ସର୍ବଦା ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇ ରହୁଥିଲେ । ଗତକାଲି ଠାରୁ ଅମରଜିତ୍ ହଠାତ ଘରୁ ନିଖୋଜ ହୋଇଯାଇଥିଲା ।
ଟାଙ୍ଗୀ ଗ୍ରାମର ଏକ ଧାନଚାଷ ଜମି ମଧ୍ୟରେ ରହିଛି ଶଙ୍ଖ ପୋଖରୀ । ସେହି ପୋଖରୀରେ ଯୁବକ ଅମରଜିତ୍ ଭାସମାନ ଅବସ୍ଥାରେ ଥିବା କେତେକ ଚାଷୀ ଦେଖିବା ପରେ ଟାଙ୍ଗୀ ପୋଲିସ ଏବଂ ଦମକଳ ବାହିନୀ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା ପାଇଁ ପଠାଇଛନ୍ତି । ମୃତ ଅମରଜିତ୍ ଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମଳିଛି , ତେଣୁ ଅମରଜିତ୍ ଙ୍କର କିଭଳି ମୃତ୍ୟୁ ହେଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପଞ୍ଚନାମା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ଦୀଗବିଜୟ ବିଶ୍ୱାଳ କହିଛନ୍ତି ।

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l