ଜଟଣୀ, “ଆମ ଓଡ଼ିଶା ଖବର” ୦୯ ଡିସେମ୍ବର ୨୦୨୫ ମଂଗଳ ବାର ଜଟଣୀ ପୁସ୍ତକ ମେଳା ତୃତୀୟ ଦିବସରେ ପଦାର୍ପଣ କରିଛ। କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା ସକାଳ ୮ ଘଟିକା ସମୟରେ। ପ୍ରଥମେ ଦେଶାତ୍ମକବୋଧ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ସଂଯୋଜକ ଶ୍ରୀ ଭବାନୀ ଶଙ୍କର ମହାପାତ୍ର, ପଦ୍ମନାଭ ପାଣିଗ୍ରାହୀ, ପଦ୍ମ ଲୋଚନ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ଅଙ୍କିତା ଶର୍ମା ପରିଚାଳନା କରିଥିଲେ। ଶ୍ରୀ ପ୍ରହ୍ଲାଦ ସାହୁ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ଜଳଧର ପ୍ରଧାନ ବିଚାରକ ଭାବରେ ଯୋଗଦେଇ ଥିଲେ। ଅନୁଷ୍ଠିତ ସାହିତ୍ୟ ସଭାରେ ଶ୍ରୀମତୀ ସ୍ବସ୍ତିଦା ପାଲ୍ ସଭାପତିତ୍ବ କରିଥିଲେ। ଆଜି ସଂଧ୍ୟାରେ ଭଞ୍ଜ ସାହିତ୍ୟର ଆଲୋଚନା ପ୍ରସଙ୍ଗ ଥିଲା। ସନ୍ଧ୍ୟା ଆସରେ, ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ କୃପାସିନ୍ଧୁ ମିଶ୍ର ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ରୁ ବିଭିନ୍ନ ପଂକ୍ତି ଉଦ୍ଧାର କରି ସୁନ୍ଦର ସାବଲୀଳ ଭାବରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ ଉପେନ୍ଦ୍ର ଭଞ୍ଜଙ୍କ ରଚନାରେ ନୈସର୍ଗିକ ପ୍ରେମ ସମ୍ବନ୍ଧରେ ବର୍ଣ୍ଣନା କରିବା ସହିତ ରୀତିଯୁଗର କାବ୍ୟ କବିତା ଉପସ୍ଥାପନା କରିଥିଲେ। ଡ: ସୁକାନ୍ତି ମହାପାତ୍ର ଅତିଥି ମାନଙ୍କୁ ସ୍ଵାଗତ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ମଞ୍ଚର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ତୃତୀୟ ଦିବସ ସନ୍ଧ୍ୟା ଆସରେ ସନ୍ମାନିତ ହୋଇଥିଲେ, ସନ୍ତୋଷ କୁମାର ବେହେରା ଶ୍ରମଜୀବୀ, ଲୋକକଳାରେ ଏବଂ ଶ୍ରୀମତୀ ପ୍ରଣତି ସ୍ୱାଇଁ ସାହିତ୍ୟ ଓ ଅଧିବକ୍ତା ପାଇଁ ଯଥାକ୍ରମେ ସମ୍ବର୍ଦ୍ଧିତ ହୋଇଥିଲେ। ଅଧ୍ୟାପକ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜଟଣୀ ରାଜଯୋଗ ଭବନରେ ରାଜଯୋଗିନୀ ଡଃ କମଲେଶ ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।