ଢେଙ୍କାନାଳ (ଆମ ଓଡ଼ିଶା ଖବର )ଢେଙ୍କାନାଳ ସହର ମିନା ବଜାର ଠାରେ ଅବସ୍ଥିତ ଜାମା ମସଜିଦ ରେ ଆଜି ତା ୧୭.୬.୨୪ ରିଖ ସୋମବାର୍ ଦିନ ଇଦ୍ ଉଲ୍ ଅଜହା (ବକରାଇଦ୍) ର ସମୂହ ନମାଜ୍ ପାଠ ସକାଳ ସାଢେ଼ ଆଠଟା ବେଳେ ସମ୍ପାଦନ ହୋଇ ଯାଇଛି। ଜାମା ମସଜିଦ୍ ର ଇମାମ୍ ଜନାବ୍ ମୋଦ୍ଦାସିର ସାହେବ୍ ନମାଜ ପାଠ କରାଇ ଥିଲେ ଏବଂ ବକରାଇଦ୍ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ବକରାଇଦ୍ ହେଉଛି ତ୍ୟାଗ ଓ ବଳିଦାନର ପର୍ବ। ମହାପୁରୁଷ ହଜରତ ଇବ୍ରାହିମ୍ ଅଲୟିହୀ ୱସଲ୍ଲମ୍ ଏହି ଦିନ ଅଲ୍ଲହା ଙ୍କ ନିକଟରେ ନିଜର ସବୁଠାରୁ ଅଧିକ ପ୍ରିୟ ଏକ ମାତ୍ର ପୁଅକୁ ବଳି ଦେବାକୁ ଯାଇଥିଲେ। ହଜରତ୍ ଇବ୍ରାହିମ୍ ଙ୍କୁ ଅଲ୍ଲାହା ଙ୍କ ତରଫରୁ ଆଦେଶ ହେଲା ତୁମର ସବୁଠାରୁ ପ୍ରିୟ ଯିଏ ତାକୁ ମୋ ପାଖରେ ଉତ୍ସର୍ଗ କର ବା ମୋ ରାସ୍ତା ରେ ବଳି ଦିଅ। ହଜରତ୍ ଇବ୍ରାହିମ ଙ୍କର ସବୁଠାରୁ ପ୍ରିୟ ଥିଲେ ତାଙ୍କର ଏକ ମାତ୍ର ପୁତ୍ର ଯାହାକୁ ସେ ବହୁ ପ୍ରାର୍ଥନା ପରେ ପାଇଥିଲେ। ଆଲ୍ଲାହ୍ ଙ୍କ ଆଦେଶ ପାଇ ନିଜ ପୁତ୍ର କୁ ଯେତେବେଳେ ବଳି ଦେବା ପାଇଁ ନିଜ ଆଖିରେ ପଟି ବାନ୍ଧି ପୁଅ ବେକରେ ଛୁରୀ ଚଳାଇଲେ ସେତେବେଳେ ଅଲ୍ଲାହା ଙ୍କ ତରଫରୁ ଏକ ଦୂତ ଆସି ପୁଅ କୁ ଉଠାଇ ନେଇ ତାଙ୍କ ଜାଗାରେ ଏକ ଦୂମ୍ବା (ଏକ ପ୍ରକାରର ମେଣ୍ଢା ଜାତୀୟ ଜୀବ) କୁ ଆଣି ରଖିଦେଲେ, ଯାହାକୁ ବାପା ଇବ୍ରାହିମ୍ ଅଲ୍ଲାହିୱସଲ୍ଲମ୍ ଛୁରୀ ଚଳାଇଥିଲେ। ଏହା ଆଲ୍ଲାହା ଙ୍କ ଏକ ପ୍ରକାରର ପରୀକ୍ଷା ଥିଲା। ସେହଦିନଠାରୁ ଜୀବ ବଳିର ପରମ୍ପରା ଚାଲି ଆସିଛି। କିନ୍ତୁ ପ୍ରକୃତ ବଳି ହେଉଛି ନିଜ ଭିତରେ ଥିବା ଗର୍ବ,ଅହଙ୍କାର, ସ୍ବାର୍ଥ ଦ୍ୱେଷ ବିଦ୍ୱେଷ ଈର୍ଷା କାମନା ଆଦିର ତ୍ୟାଗ କରିବା। ଏସବୁ ଉପଦେଶ ବାଣୀ ଶୁଣାଇଲା ପରେ ନମାଜ ପାଠ ହୋଇଥିଲା।

ନମାଜ ପାଠ ପରେ ସମସ୍ତେ ପରସ୍ପର କୁ ଆଲିଙ୍ଗନ କରି ହାତ ମିଳାଇ ଶୁଭେଚ୍ଛା ଜଣାଇଲେ। ଏହି ନମାଜ ପାଠ ରେ ମୌଜନ୍ ହାଫିଜ୍ ଜାକିର ସାହେବ୍, ମସଜିଦ କମିଟି ସଭାପତି ଜନାବ୍ ସମଦ୍, ସମ୍ପାଦକ ହସରତ୍ ହୁସେନ, ସହ ସମ୍ପାଦକ ନୁରୁଲ୍ ଇସଲାମ୍, କମିଟିର ଅନ୍ୟାନ୍ୟ ସଦସ୍ୟ ଯଥା:- ଆବଦୁଲ୍ ରହେମାନ୍, ମନୱର୍ ବକ୍ସ, ସଫିକ୍ ମହମ୍ମଦ, ରିୟାଜ୍ ଅଲ୍ଲୀ ପ୍ରମୁଖ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା:- ହାଜି ସରୱର୍ ଅଲ୍ଲୀ,ହାଜି ଅମଜାଦ୍ ଅଲ୍ଲୀ,ହାଜି ଆବିଦ୍ ଖାଁ, ହାଜି ଅହମ୍ମଦ ସାହେବ୍,ହାଫିଜ୍ ଅବରାର୍, ହାଫିଜ୍ ଅହେମ୍ମଦ୍, ଅସରଫ୍ ଖାଁ, ଜନାବ୍ ମୁନିର ବେଗ୍, ଶିକ୍ଷାବିତ୍ ସଫିର୍ ଅଲ୍ଲୀ,ଅନହାର୍ ଅଲ୍ଲୀ, ମିର୍ଜା ମୂଜିବ୍ ବେଗ୍, ଆରଜୁ ହୁସେନ୍, ନୁରୁଲ୍ ମୁସତକିମ୍, ନୁରୁଲ୍ ମୁରସଲିନ୍, ନୁରୁଲ୍ କଲାମ୍, ମିର୍ଜା ମୋଜାମ୍ମିଲ ବେଗ୍, ସଜ୍ଜାତ୍ ଅଲ୍ଲୀ, ରହେବର୍ ଅଲ୍ଲୀ, ସାହିର୍ ଅଲ୍ଲୀ, ଅବଦୁଲ୍ ବେଗ୍ ପ୍ରମୂଖ ନମାଜ୍ ପାଠ ରେ ଯୋଗ ଦେଇ ଥିଲେ।

ନମାଜ ଶେଷରେ ମୁସଲମାନ ଭାଇ ମାନେ ଓ କୁନି କୁନି ପିଲା ମାନେ ପରସ୍ପର ଙ୍କୁ ଆଲିଙ୍ଗନ କରି, କର ମର୍ଦ୍ଦନ କରି ଶୁଭେଚ୍ଛା ଜଣାଇ ଥିଲେ।କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ତରଫରୁ ତାଙ୍କ ଭାଇ ତଥା ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର (ରାମ ଭାଇ) ଓ ତାଙ୍କ ସହଯୋଗୀ ମାନେ ଜାମା ମସଜିଦ୍ ଠାରେ ଉପସ୍ଥିତ ହୋଇ ମୁସଲମାନ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ମୁସଲମାନ ଭାଇଙ୍କ ଘରେ ଆଜି,ସିମେଇ, ଶିର୍ ଖୋର୍ମା,କଷ୍ଟାଡ୍,କୁନାଫା, ବିଭିନ୍ନ ପ୍ରକାରର ମିଠା,କ୍ଷୀରଲଛା, ହାଲୁଆ, କୋର୍ମା, ଟିକିଆ, କବାବ୍, ପଲଉ, ବିରୀୟାନି,ଆଦି ବିଭିନ୍ନ କିସମର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇ ଥିଲା।ଜାତିଧର୍ମ ନିର୍ବିଶେଷରେ ସମସ୍ତେ ସମସ୍ତଙ୍କ ଘରକୁ ଯାଇ ସୁସ୍ୱାଦୁ ଖାଦ୍ୟ ର ମଜା ଉଠାଇଛନ୍ତି।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।