ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର ):ଗତ 26 ତାରିଖରେ ପ୍ରକାଶ ପାଇଥିବା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ସହ କୃତ କାର୍ଯ୍ୟ ହୋଇ ଅଞ୍ଚଳ ତଥା ବ୍ଲକ ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ଗ୍ରାମର ପିତା ବୁଦ୍ଧିଆ ପରିଡା ଏଵଂ ମାତା ସନ୍ତୋଷୀ ପରିଡାଙ୍କ ସୁକନ୍ୟା ପୂଜା ପରିଡା | ବେଗୁନିଆପଡା ସ୍ଥିତ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ପୂଜା ଯୁକ୍ତ ଦୁଇ ପରୀକ୍ଷାରେ ମୋଟ 600 ମାର୍କ ରୁ 508 ମାର୍କ ରଖି ଉତ୍ତୀର୍ଣ ହୋଇଥିବା ବେଳେ ସେ ଏହି ସଫଳତାର ଶ୍ରେୟ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ବାପା, ମା ଓ ଭଗବାନ ଙ୍କୁ ଦେଇଛନ୍ତି | ପୂଜା ଦିନକୁ ଦଶ ରୁ ବାର ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି | ନିଜ ଝିଅ ର ଏହି ସଫଳତା ରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ପିତା, ମାତା ଙ୍କ ସମେତ ବନ୍ଧୁ ପରିଜନ ଓ ଅଞ୍ଚଳବାସୀ | ଆଗକୁ ସେ ଆହୁରି ଭଲ ପାଠ ପଢି ପ୍ରଶାସନିକ ସେବାରେ କାର୍ଯ୍ୟ କରିବେ ବୋଲି ଦୃଢ଼ ଇଚ୍ଛା ପ୍ରକାଶ କରିଛନ୍ତି | ପୂଜା ଙ୍କ ଏହି କୃତିତ୍ୱକୁ ନେଇ ଏବେ ସାରା ଅଞ୍ଚଳରୁ ଶୁଭେଚ୍ଛାର ଶୁଅ ଛୁଟୁଥିବା ଦେଖିବାକୁ ମିଳିଛି |


More Stories
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।
ସିମେଣ୍ଟରେ ବାଲି ମିଶିଛି ନା ବାଲି ରେ ସିମେଣ୍ଟ ମିଶି କରାଯାଉଛି ସରକାରୀ କାମ,କବିସୂର୍ଯ୍ୟନଗର ବିଧାୟକ କ୍ଷୁବ୍ଧ l
ନିଆରା ଢଙ୍ଗରେ ସେବା ଜାରୀ ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟକ