ବେଗୁନିଆପଡା,(ଦେବାଶିଷ):
ଗଞ୍ଜାମ (ଆମ ଓଡ଼ିଶା khabar)ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ ଅବସରରେ ଆଜି କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି ।ଏଥିରେ ଶତାଧିକ ମହିଳା ସାମିଲ୍ ଥିଲେ ।ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୪ ତାରିଖ ଦିନ ଶେଷ ହେବ । କର୍ମକାଣ୍ଡ ବିଶାରଦ ବିରୂପାକ୍ଷ ଦାଶ ଶର୍ମା ଙ୍କ ଦ୍ଵାରା ପୂଜା କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେଉଥିବା ବେଳେ ନୂଆଗଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।ଏ ନେଇ ନୂଆଗଡ଼ ଗ୍ରାମ ଉତ୍ସବ ମୁଖର ପାଲଟିଛି ।


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l