ବେଗୁନିଆପଡା,(ଦେବାଶିଷ):
ଗଞ୍ଜାମ (ଆମ ଓଡ଼ିଶା khabar)ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ ଅବସରରେ ଆଜି କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି ।ଏଥିରେ ଶତାଧିକ ମହିଳା ସାମିଲ୍ ଥିଲେ ।ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୪ ତାରିଖ ଦିନ ଶେଷ ହେବ । କର୍ମକାଣ୍ଡ ବିଶାରଦ ବିରୂପାକ୍ଷ ଦାଶ ଶର୍ମା ଙ୍କ ଦ୍ଵାରା ପୂଜା କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେଉଥିବା ବେଳେ ନୂଆଗଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।ଏ ନେଇ ନୂଆଗଡ଼ ଗ୍ରାମ ଉତ୍ସବ ମୁଖର ପାଲଟିଛି ।


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |