
ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର )ବରୀ,୭/୮ : ବରୀ ଶିକ୍ଷା ମଣ୍ଡଳ ଅଧିନ ବରୀମାଉଣ୍ଡ ଠାରେ ଥିବା ବରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢା ଠପ୍ ହୋଇଯାଇଛି। ମାତ୍ର ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ବିଦ୍ୟାଳୟ ଚାଲୁଥିବା ବେଳେ ବିଦ୍ୟାଳୟ ୩ଟି ଶ୍ରେଣୀ ଷଷ୍ଠ, ସପ୍ତମ ଓ ଅଷ୍ଟମରେ ମୋଟ ଛାତ୍ର ଛାତ୍ରୀ ସଂଖ୍ୟା ୧୨୮ ରହିଛି। ୩ଟି ଶ୍ରେଣୀକୁ ଦୁଇଜଣ ଶିକ୍ଷକ ପାଠ ପଢାଇବାରେ ଅକ୍ଷମବୋଲି ଜଣାପଡିଛି। ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ଓ ସରକାରୀ ଯୋଜନାର କାର୍ଯ୍ୟ କାରିତା ପଛରେ ଦିନ ବିତୁଥିବା ବେଳେ ପିଲାଙ୍କ ପାଠପଢ଼ା ଏକ ପ୍ରକାର ଠପ୍ ହୋଇଯାଇଛି। ଯାହାକି ଛାତ୍ର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷତ ଅନ୍ଧାରକୁ ଠେଲି ହୋଇ ଯାଉଥିବା ଅଭିଭାବକ ମାନେ ମତପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଏହି ବିଦ୍ୟାଳୟଟି ବରୀ ମାଉଣ୍ଡର ମୁଖ୍ୟ ବଜାର ଉପରେ ରହିଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ବ୍ଲକପ୍ରଶାସନ ଯାତ୍ରାୟତ କରୁଥିବା ଏଵଂ ବିଦ୍ୟାଳୟ ଠାରୁ ମାତ୍ର କେଇ ଫୁଟ ଦୂରରେ ତହସିଲ୍ କାର୍ଯ୍ୟାଳୟ ରହିଛି। କିନ୍ତୁ କାହାରି ନଜର ଏହି ବିଦ୍ୟାଳୟ ଉପରେ ପଡ଼ୁନଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି। ଏ ନେଇ ବିଦ୍ୟାଳୟ ପକ୍ଷରୁ ବରୀ ଶିକ୍ଷାମଣ୍ଡଳ ଅଧିକାରିଣୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏକ୍ଷେତ୍ରରେ ଶିକ୍ଷଧିକାରୀଣୀ କର୍ଣ୍ଣ ପାତ କରୁନଥିବା ଜଣାପଡିଛି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟ ଉପରେ ଦୃଷ୍ଟିଦେବା ସହିତ ତୁରନ୍ତ ୨ ଜଣ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବିକରିଛନ୍ତି।



More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?