ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ନିଆରା ଢଙ୍ଗରେ ପାଳିତ ହେଲା ୭୯ତମ ସ୍ୱାଧୀନତା ଦିବସ

ବେଗୁନିଆପଡା, (ଆମ ଓଡିଶା ଖବର): ଭାରତ ବର୍ଷର କୋଣ ଅନୁକୋଣରେ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ଏହି ଦିବସ ଟିକୁ ନିଆରା ଢଙ୍ଗ ରେ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅଙ୍ଗାର ଗାଁ ପରିକ୍ରମଣ କରାଯାଇ ଥିବାବେଳେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମାବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ଭାରତ ମାଟି ପାଇଁ ଯେଉଁ ବୀର ପୁରୁଷ ଓ ଯବାନ ମାନେ ନିଜକୁ ବଳି ଦେଇ ସ୍ୱାଧୀନତା ଆଣି ଦେଇଥିଲେ ସେମାନଙ୍କ ସ୍ମୃତି ଉଧ୍ୟେଶ୍ୟରେ ପଥପ୍ରାନ୍ତ ନାଟକ ଆୟୋଜିତ କରାଯାଇଥିଲା । ବିଦ୍ୟାଳୟର ଅବସର ପ୍ରାପ୍ତ ଖେଳ ଶିକ୍ଷକ ବିପ୍ର ଚରଣ ଜେନାଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥଲେ । ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଯୁବନେତା ନାରାୟଣ ସୁମନ୍ତରାୟ, ଅବସର ପ୍ରାପ୍ତ ଶିକ୍ଷକ ଭାସ୍କର ପାତ୍ର, ଅଙ୍ଗାରଗାଁ ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ସାହୁ, ସ୍କୁଲ ସଭ୍ୟ ପ୍ରଶାନ୍ତ ସେଠୀ,ସମାଜସେବୀ ପ୍ରଦୀପ ପାତ୍ର, ସାମ୍ବାଦିକ ଦେବାଶିଷ ମହାରଣା ପ୍ରମୁଖ ଯୋଗଦେଇ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବିଦ୍ୟାଳୟରେ ଶିକ୍ଷକ ଅଭାବରୁ କେମିତି ଶିକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ସେଥି ନିମନ୍ତେ ବିଶେଷ ଆଲୋଚନା ହୋଇଥିବା ବେଳେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରିଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଦିବସ ଟି ବେଶ ଧୁମଧାମରେ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!