ବେଗୁନିଆପଡା, (ଆମ ଓଡିଶା ଖବର ):ଭାରତର ୭୯ ତମ ସ୍ୱାଧୀନତା ଦିବସ ଦେଶ ସାରା ଖୁବ ଧୂମଧାମରେ ପାଳିତ ହେଉଥିବା ବେଳେ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହେଉଥିବା ଦେଖିବାକୁ ମିଳିଛି । ବ୍ଲକ ପରିସରରେ ଅଧକ୍ଷା ରେଣୁ ଗୌଡ଼ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ସସ୍ମିତା ଶତପଥୀ, ଏବିଡିଓ ନିରଞ୍ଜନ ବେହେରା ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । କୋଦଳା ଏନ ଏ ସି କାର୍ଯ୍ୟାଳୟ ସମେତ ଗାନ୍ଧୀ ମୂର୍ତ୍ତି, ମେଡିକାଲ, ସ୍ଵର୍ଣ ମୟୀ ହାଇସ୍କୁଲରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ବେଗୁନିଆପଡା ଥାନା ପରିସରରେ ଏସ ଆଇ ଟୁନା ପୀଡ଼ିକା ପତାକା ଉତ୍ତୋଳନ କରିଥିବା ବେଳେ ପୋଲିସ ଟିମ ଉପସ୍ଥିତ ଥିଲେ । କୋଦଳା ତହସିଲ କାର୍ଯ୍ୟାଳୟରେ ତହସିଲଦାର ସସ୍ମିତା ଶତପଥି, ଗୋଷ୍ଟି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଵି ଇ ଓ ରୁଦ୍ର ନାରାୟଣ ସାହୁ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଦେଶ ପାଇଁ ସମ୍ନାନ ଓ ଗୌରବ ବହନ କରେ । ସ୍ୱାଧୀନତା ପାଇଁ ସଂଗ୍ରାମୀ ମହାପୁରୁଷଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା । ସେହିପରି ପ୍ରତି ପଂଚାୟତ ଓ ବିଦ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।