ପ୍ରଧାନ ଶିକ୍ଷକ ବିପ୍ରଚରଣ ସାହୁଙ୍କ ମାତୃ ବିୟୋଗ

ବେଗୁନିଆପଡ଼ା(ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ରଚରଣ ସାହୁଙ୍କ ମାତା ଗୌରୀ ସାହୁ ଙ୍କ ସୋମବାର ସକାଳ ସମୟରେ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ବିପ୍ରଚରଣ ସାହୁ, ବୁଲା ସାହୁ,ପ୍ରକାଶ ଚନ୍ଦ୍ର ସାହୁ, ହିମାଂଶୁ ସାହୁ ଙ୍କ ମାତା ଅଟନ୍ତି । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ଏନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବନ୍ଧୁ ବାନ୍ଧବ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!