ଜଟଣୀ, “ଆମ ଓଡିଶା ଖବର”
୫ ସେପ୍ଟେମ୍ବର ୨୦୨୫ ଦିନ, ଜଟଣୀ ଅଧିବକ୍ତା ପରିବାର ତରଫରୁ ଗୁରୁ ପୂଜନ ଦିବସ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଜଟଣୀର ବହୁ ବୟୋଜ୍ୟେଷ୍ଠ ଅଧିବକ୍ତାଙ୍କୁ ଏହି ଦିବସରେ ଗୁରୁ ପୂଜନ କରିବା ସହିତ ପାରମ୍ପରିକ ରୀତି ଅନୁସାରେ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ପରିବାରର ଯୁବ ଅଧିବକ୍ତା ମାନେ ଜଟଣୀର ବୟୋଜ୍ୟେଷ୍ଠ ଅଧିବକ୍ତା ମାନଙ୍କୁ ଶ୍ରଦ୍ଧାର ସହିତ ପୂଜନ କରିଥିଲେ I ସର୍ବଶ୍ରୀ ବରିଷ୍ଠ ଅଧିବକ୍ତା ଶ୍ରୀ ରବି ନାରାୟଣ ସାମନ୍ତରାୟ, ଅବନୀ ରାଉତରାୟ, ଶୈଳେନ୍ଦ୍ର ପଟ୍ଟନାୟକ, ବୀରେନ୍ଦ୍ର ପଟ୍ଟନାୟକ, କୈଳାଶ ଶର୍ମା, ଅକ୍ଷୟ କୁମାର ସାହୁ ଓ ସଂଜୀବ ଦାସ ପ୍ରମୁଖଙ୍କୁ ଏହି ଅବସରରେ ଗୁରୁ ପୂଜନ ହେବା ସହିତ ସମ୍ମାନିତ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ଜଟଣୀ ଅଧିବକ୍ତା ପରିବାରର ଆବାହକ ଶ୍ରୀ ରଶ୍ମି ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିବା ବେଳେ ପରିବାରର ବହୁ ସଦସ୍ୟ ଅଧିବକ୍ତା ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ପୂର୍ବତନ ଜଟଣୀ ବାର ସଭାପତି, ବାଉରୀ ବନ୍ଧୁ ସାହୁ, ଶିବ ପ୍ରସାଦ ରଥ, ଦେବବ୍ରତ ପାଢ଼ୀ, ଅକ୍ଷ୍ୟାଂଶୁ ଶେଖର ନାୟକ, ବିଜୟ ମହାପାତ୍ର, କାଶୀନାଥ ପ୍ରଧାନ, ଅରୁଣ କୁମାର ସାହୁ, ରବି ପଣ୍ଡା, ପ୍ରକାଶ ଜେନା, ସୁଚିତ୍ର ସାହୁ, ଦିପ୍ତିମୟୀ ବଳ, ଓ ତୁମୁଡୁ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I ସ୍ଥାନୀୟ ଲୋକମାନେ ଅଧିବକ୍ତା ପରିବାରର ଏହି ପ୍ରୟାସକୁ ଭୁରି ଭୁରି ପ୍ରଂଶସା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ସ୍ଥାନୀୟ ରାମଚନ୍ଦ୍ରପୁର ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଜଟଣୀର ଅଧିବକ୍ତା ପରିବାର କଲେ ଗୁରୁ ପୂଜନ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l