
ଜଟଣୀ, “ଆମ ଓଡ଼ିଶା ଖବର” ମୋ ଜଟଣୀ, ପୋଷ୍ଟ ଅଫିସ ଛକରେ ୦୫ ତାରିଖ ସନ୍ଧ୍ୟାରେ ଆଣିଦେଇଛି ଖୁସିର ମାହୋଲ। ବେବସାଇ ମାନେ ଦିର୍ଘ ୯ ଦିନ ପ୍ରଭୁ ଗଜାନନଙ୍କ ବର୍ତ୍ତିରେ ରହି ପ୍ରଭୁଙ୍କ ସେବା, ଶ୍ରଦ୍ଧାଳୁଙ୍କ ସେବା ଦେଇ ଥକିଯାଇଥିବା ମଣ୍ଡପର କର୍ମକର୍ତ୍ତା ମାନଙ୍କର ଆଜି ସନ୍ଧ୍ୟାର ଖୁସି ଏକ ନିଆରା ଢଙ୍ଗର ଥିଲା। ଦର୍ଶକ ବନ୍ଧୁ, ପ୍ରଭୁଙ୍କ ଲଡୁ ଆଜି ନିଲାମ ହୋଇଛି। ଯେଉଁ ଲଡୁଟି ୬୦ କିଲୋ ଓଜନ ବିଶିଷ୍ଟ। ନିଲାମ ଡାକରା ୧ ଟଙ୍କାରୁ ଆରମ୍ଭ ହୋଇ ୭୧ ହଜାର ୫୦୦ ଟଙ୍କାରେ ପହଞ୍ଚି ଥିଲା ପ୍ରଭୁ ଗଜାନନଙ୍କ ଲଡୁ। ମୋ ଜଟଣି ଛକର ସନ୍ତୋଷ ଷୁଇଟ୍ ଷ୍ଟଲ, ଟିଫିନ ସେଣ୍ଟର ମାଲିକ ରବିନ୍ଦ୍ର ନାୟକଙ୍କୁ ପ୍ରଭୁ ଗଜାନନ ଆଶୀର୍ବାଦ କଲେ ଲଡୁଟି ତାଙ୍କୁ ପ୍ରାପ୍ତି ହେଲା। ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ, ଯଥା ସଭାପତି, ସମ୍ପାଦକ, କର୍ତ୍ତା, ପୁରୋହିତ ଓ ବେବସାଇ ମାନଙ୍କ ଗହଣରେ ଗଜାନନଙ୍କ ଲଡୁ ମାଧ୍ୟମରେ ରବିନ୍ଦ୍ର ନାୟକ ଆଶିର୍ବାଦର ଅଧିକାରୀ ହେଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।



More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.