ରିପୋର୍ଟ: ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା(ଆମ ଓଡ଼ିଶା ଖବର) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଭଏସ ଅଫ୍ ମିଡ଼ିଆ ପକ୍ଷରୁ ଏକ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ ସାମ୍ୱାଦିକ ମାନଙ୍କ ଭୂମିକା ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କୁ ଅଣ ଦେଖା କରାଯାଉଛି। ସାମ୍ବାଦିକ ସବୁବେଳେ ଜନତାଙ୍କ ସେବାରେ ରହିଆସୁଥିବା ବେଳେ ପ୍ରଶାସନିକ କିମ୍ବା ସରକାର ସାମ୍ବାଦିକଙ୍କ ନିମନ୍ତେ କୌଣସି ସୁବିଧା ଯୋଗାଇ ପାରୁନାହାଁନ୍ତି ବୋଲି ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ମାନେ କହିଥିଲେ। ତେବେ ସାମ୍ବାଦିକ ମାନଙ୍କୁ କିଭଳି ଭାବେ ଜୀବନ ବୀମା , ସ୍ବାସ୍ଥ୍ୟ ବୀମା ଭଳି ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ,ଜାତୀୟ ସାଧାରଣ ସମ୍ପାଦକ ଏମଡି ଅଲ୍ଲୀ , ଜିଲ୍ଲା ସଭାପତି ସୁକାନ୍ତ ପରିଡ଼ା , ଜିଲ୍ଲା ସମ୍ପାଦକ ଧନେଶ୍ଵର ବିଧାର ପ୍ରମୁଖ ଯୋଗ ଦେଇଥିଲେ। ଟାଙ୍ଗୀ କଲ୍ୟାଣୀ ମଣ୍ଡପସ୍ଥିତ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 60 ଜଣ ସାମ୍ବାଦିକ ଉପସ୍ଥିତ ରହିଥିଲେ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.