ଗୋଟିଏ ମଞ୍ଚରେ ତିନି ମନ୍ତ୍ରୀଙ୍କ ସମେତ ଛଅ ବିଧାୟକ ଓ କୋଦଳା ଅଧ୍ୟକ୍ଷ
ବେଗୁନିଆପଡା (ଆମ ଓଡିଶା ଖବର): ରବିବାର ଦିନ ଗଞ୍ଜାମ ଜିଲ୍ଲା କୋଦଳା ଡାକ ବଙ୍ଗଳା ପଡିଆ ଠାରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ଏକ ବିରାଟ ସମ୍ବଦ୍ଧନା ଉତ୍ସବ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଏଵଂ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ପରିବହନ,ବାଣିଜ୍ୟ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ଅଣୁ ଓ କ୍ଷୁଦ୍ର ଶିଳ୍ପ, ମସ୍ୟ ଓ ପଶୁପାଳନ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । । ଏଥିସହିତ ଓଡିଶା ପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସାରଦା ପ୍ରସାଦ ଶତପଥୀ ମଧ୍ୟ ଯୋଗଦେଇଥିବା ବେଳେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋଇ ପ୍ରମୁଖ ମଞ୍ଚାସ୍ଥିନ ଥିଲେ । ଉପସ୍ଥିତ ଅତିଥୁ ପ୍ରଥମେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀମାନଙ୍କ ଦ୍ବାରା ଅତିଥ୍ ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମଞ୍ଚରେ ସଭାପତିତ୍ୱ କରି ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ କବିସୂର୍ଯ୍ୟ ମାଟିକୁ ସ୍ମରଣ କରିଥିବା ବେଳେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୁ ଗୋଟିଏ ଏନଏସି ଓ ଗୋଟିଏ ମୁନିସିପାଲିଟି ପୁରସ୍କାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଦୁଇ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା ଓ ସାଧୁବାଦ ଜଣାଇଥିଲେ । ମଞ୍ଚାସିନ ଅତିଥ୍ ଗଣ ୧୪ ମାସର ଲୋକଙ୍କ ସରକାର ର ବିକାଶ ସମ୍ପର୍କେ ଉପସ୍ଥିତ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କୋଦଳା ବିଜ୍ଞାପିତ ଅଞ୍ଚଳ ର ଆବଶ୍ୟକତାକୁ ଅନୁଭବ କରି ୮ କୋଟି ୭୧ ଲକ୍ଷ ବ୍ୟୟରେ କୋଦଳା ହଜ ଜଳାଶୟ ର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ଏବଂ ୭ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ କୋଦଳା ଠାରେ ଏକ ଅତ୍ୟାଧୁନିକ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାକୁ ଆମ ସରକାର ତଥା ମୋହନ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ ଶ୍ରୀ ମହାପାତ୍ର । ଏଥିସହିତ ମୁଖ୍ୟମନ୍ତ୍ରୀ ୧୪ ମାସରେ ୭ ଥର ଗଞ୍ଜାମ ଗସ୍ତରେ ଆସି ବିକାଶର ଧାରାକୁ ଆଗେଇ ନେବା ହେଉଛି ଗଞ୍ଜାମ ଜିଲ୍ଲାକୁ ଭଲପାଇବା, ଏହାହିଁ ଜ୍ବଳନ୍ତ ଉଦାହରଣ ବିକଶିତ ଗଞ୍ଜାମ ଜିଲ୍ଲା ହେବ,ବିକଶିତ ଓଡିଶା ର ମେରୁଦଣ୍ଡ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିସହିତ ମିଶ୍ରଣ ପର୍ବରେ ବେଗୁନିଆପଡା ବ୍ଲକ ସାନ ଭସ୍ରାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁ, ମଠ ସରସିଂ ପଞ୍ଚାୟତ ସରପଞ୍ଚ, ବେରୁଆଁବାଡ଼ି ସରପଞ୍ଚ ପ୍ରତିମା ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ, ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ଘୋଡ଼ାପଡା ସମିତିସଭ୍ୟ ସୁଦର୍ଶନ ଶବର, ଚନ୍ଦନପୁର ସରପଞ୍ଚ ସୂର୍ଯ୍ୟ ନାରାୟଣ ବେହେରା, ବୁରୁଝରୀ ସମିତିସଭ୍ୟା ସୁଚିତ୍ରା ମହାନ୍ତି, ବେଗୁନିଆପଡା ସମିତି ସଭ୍ୟ ପ୍ରତିନିଧି ସନ୍ତୋଷ ପାତ୍ର ପ୍ରମୁଖ ସମେତ ବିଭିନ୍ନ ପଞ୍ଚାୟତର ଅନ୍ୟମାନେ ବିଜେପି ସରକାର ଏବଂ ବିଧାୟକ ପ୍ରତାପ ନାୟକଙ୍କ ବିକାଶ ଉପରେ ଆସ୍ଥା ପ୍ରକଟ କରି ଲୋକଙ୍କ ସରକାରରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଶେଷରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିସଦ ଅଧ୍ୟକ୍ଷ୍ଯ ସୂର୍ଯ୍ୟ ନାରାୟଣ ନାୟକ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ମାନଙ୍କ ମଧ୍ୟରେ ରମ୍ଭା, ଛତ୍ରପୁର, ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ସମେତ କୋଦଳା ଉପଧ୍ଯକ୍ଷ। ରଞ୍ଜିତା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ଚିତ୍ରସେନ ପରିଡା, ଶରତ ଚନ୍ଦ୍ର ପାଣ୍ଡୀ, ଅଶୋକ ତାରିଣୀ,ବିଜୟ ଦୋରା, ଗୋପାଳ ସାହୁ ଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସହଯୋଗ କରିଥିଲେ ।
ରିପୋର୍ଟ:ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ