ଗଞ୍ଜାମ (ଆମ ଓଡିଶା ଖବର )ବ୍ରହ୍ମପୁର,ବ୍ରହ୍ମା ନଗର,ଭାଗବତ ଟୁଙ୍ଗି ତରଫରୁ ,ଭାଗବତ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମନ୍ତ୍ରିତ ଅତିଥି ଭାବେ ଏଥିରେ ଯୋଗ ଦେଇ ପ୍ରବାଚିକା ସୁଶ୍ରୀ ପ୍ରଭାତି ଦାଶ୍ ମହୋଦୟା ଭାଗବତ ଜନ୍ମ ଓ ଏଥି ସମ୍ବନ୍ଧିତ ଅନେକ ବିଷୟ ରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ।

ଟୁଙ୍ଗି ସଭାପତି/ସମ୍ପାଦକ ଶ୍ରୀ ସୁରେନ୍ଦ୍ର ପାଢି ଓ ଭାସ୍କର ଦୋରା ଙ୍କ ମିଳିତ ତତ୍ୱାବଧାନରେ ହୋଇଥବା ଏଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଶ୍ରୀଯୁକ୍ତ ବସନ୍ତ କୁମାର ମୁନି ଙ୍କ ଭଜନ ପରିବେଷଣ ଓ ପ୍ରବଚନ ସମୟରେ ହାରମୋନିୟମ ବଜାଇ ଥିବା ବେଳେ ମୃତ୍ୟୁଞ୍ଜୟ ସାର୍ ଡୁବି ତବଲା ବାଦନରେ ସହଯୋଗ କରିଥିଲେ।ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଥିବା ଏହି ସତ୍-ସଂଙ୍ଗରେ ବହୁ ଭକ୍ତଙ୍କ ଯୋଗଦାନ ବେଶ ଉପଭୋଗ୍ୟ ହୋଇ ପାରିଥିଲା। ଶେଷରେ ସମସ୍ତ ଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା।ଫୋଟ ଉତ୍ତୋଳନ ଓ ତଥ୍ୟ ସଂଗ୍ରହ ଶ୍ରୀ ଉମା ଶଙ୍କର ପାଣି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l