ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହଂସରାଡି ଗ୍ରାମରେ ଗତ ୧୬ ତାରିଖ ମଙ୍ଗଳ ବାର ଦିନ ଏକ ଭୟାବହ ଅଗ୍ନୀକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ରେ ସୁରେଶ ରାଉତ, କୈଳାସ ରାଉତ, ଗୋକୁଳ ରାଉତ ଏବଂ ବଗୁଲି ରାଉତ ଙ୍କର ପ୍ରାୟ ୧୦ ବଖରା ଚାଳ ଘର ସମେତ ଅନ୍ୟାନ୍ୟ ସମସ୍ତ ଆସବିବପତ୍ର ଜଳିପୋଡି ପାଉଁଶ ହୋଇଗଲା । ଏହି ଖବର ପାଇବା ପରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଇସ୍ଵlର୍ଡ ର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ସେହି ବିପନ୍ନ ମାନଙ୍କ ନିକଟରେ ପହଞ୍ଚି ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ବର ର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଙ୍କ ସହଯୋଗ ପରେ ଅଗ୍ନୀ ବିପନ୍ନ ଙ୍କୁ ରିଲିଫ୍ ଯଥା ତାର୍ପୁଲିନ ଜରି, ବାସନ-କୁସନ୍ ସେଟ୍, କମ୍ବଳ, ମଶାରୀ, ବେଡସିଟ୍, ଲୁଙ୍ଗି, ଶାଢି, ବାଲ୍ଟି ଏବଂ ମଗ୍ ସାଙ୍ଗକୁ ନିତ୍ୟ ବ୍ୟବାହାର ସାମଗ୍ରୀ ଆଦି ୪ ଟି ପରିବାର ଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଭାରତୀୟ ରେଡକ୍ରସ ସୋସାଇଟି ର ଜୁନିୟର ରେଡକ୍ରସ୍ ଅଫିସର ଲକ୍ଷ୍ମଣ ସ୍ବାଇଁ, ବିନୟ ନାୟକ ଏବଂ ଇସ୍ୱlର୍ଡ ଅନୁଷ୍ଠାନ ର ସ୍ୱେଛାସେବୀ ମାନେ ଏହି ବଣ୍ଟନରେ ସହଯୋଗ କରିଥିଲେ । ଏହି ଭଳି ମହତ୍ କାର୍ଯ୍ୟ ପାଇଁ ଏହି ଇସ୍ୱlର୍ଡ ଅନୁଷ୍ଠାନ ର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିଥିଲେ।
ଅଗ୍ନୀ ବିପନ୍ନ ପରିବାରକୁ ସହାୟତା l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।