ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହଂସରାଡି ଗ୍ରାମରେ ଗତ ୧୬ ତାରିଖ ମଙ୍ଗଳ ବାର ଦିନ ଏକ ଭୟାବହ ଅଗ୍ନୀକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ରେ ସୁରେଶ ରାଉତ, କୈଳାସ ରାଉତ, ଗୋକୁଳ ରାଉତ ଏବଂ ବଗୁଲି ରାଉତ ଙ୍କର ପ୍ରାୟ ୧୦ ବଖରା ଚାଳ ଘର ସମେତ ଅନ୍ୟାନ୍ୟ ସମସ୍ତ ଆସବିବପତ୍ର ଜଳିପୋଡି ପାଉଁଶ ହୋଇଗଲା । ଏହି ଖବର ପାଇବା ପରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଇସ୍ଵlର୍ଡ ର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ସେହି ବିପନ୍ନ ମାନଙ୍କ ନିକଟରେ ପହଞ୍ଚି ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ବର ର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଙ୍କ ସହଯୋଗ ପରେ ଅଗ୍ନୀ ବିପନ୍ନ ଙ୍କୁ ରିଲିଫ୍ ଯଥା ତାର୍ପୁଲିନ ଜରି, ବାସନ-କୁସନ୍ ସେଟ୍, କମ୍ବଳ, ମଶାରୀ, ବେଡସିଟ୍, ଲୁଙ୍ଗି, ଶାଢି, ବାଲ୍ଟି ଏବଂ ମଗ୍ ସାଙ୍ଗକୁ ନିତ୍ୟ ବ୍ୟବାହାର ସାମଗ୍ରୀ ଆଦି ୪ ଟି ପରିବାର ଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଭାରତୀୟ ରେଡକ୍ରସ ସୋସାଇଟି ର ଜୁନିୟର ରେଡକ୍ରସ୍ ଅଫିସର ଲକ୍ଷ୍ମଣ ସ୍ବାଇଁ, ବିନୟ ନାୟକ ଏବଂ ଇସ୍ୱlର୍ଡ ଅନୁଷ୍ଠାନ ର ସ୍ୱେଛାସେବୀ ମାନେ ଏହି ବଣ୍ଟନରେ ସହଯୋଗ କରିଥିଲେ । ଏହି ଭଳି ମହତ୍ କାର୍ଯ୍ୟ ପାଇଁ ଏହି ଇସ୍ୱlର୍ଡ ଅନୁଷ୍ଠାନ ର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିଥିଲେ।
ଅଗ୍ନୀ ବିପନ୍ନ ପରିବାରକୁ ସହାୟତା l

More Stories
ଲୁଟେରାଙ୍କ ଦ୍ୱାରା ଶିକାର ହେଲେ ମହିଳା।
ଜଟଣୀରେ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ l
ଜାତିଆଣ ଆକ୍ଷେପରୁ ହତ୍ୟାକାଣ୍ଡ,ବାପ ମୃତ ପୁଅ ଗୁରୁତର