
ବେଗୁନିଆପଡା, (ଆମ ଓଡିଶା ଖବର):ସୋମବାର ଦିନ କୃଷକ ଶାଖା ପକ୍ଷରୁ କୋଦଳା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୋଦଳା ଦଣ୍ଡେଶ୍ୱର ମନ୍ଦିର ଠାରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ହରେକୃଷ୍ଣ ରେଡି ଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରି ତହସିଲ କାର୍ଯ୍ୟାଳୟରେ ପହଂଚି ଥିଲେ । ସେଠାରେ ବିଭିନ୍ନ ଦାବି ସମ୍ବଳିତ ଏକ ପତ୍ର ତହସିଲଦାର ସସ୍ମିତା ଶତପଥି ଙ୍କ ଅନୁପସ୍ଥିତି ରେ ବରିଷ୍ଠ କିରାଣୀ ରାଧାକୃଷ୍ଣ ପାତ୍ର ଙ୍କୁ ପ୍ରଦାନ କରିଥିଲେ । ସାରର ଅଭାବୀ ବିକ୍ରି ଦୂର କରିବା ପାଇଁ ସମବାୟ ସମିତି ରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଣ, ବାଳସିଂଘ ଗ୍ରାମର ଆଦିବାସୀ ମାନଙ୍କର ଜଙ୍ଗଲ ଜମି ର ସର୍ଭେ ହୋଇ ଜିଲ୍ଲାପାଳ ଙ୍କ ନିକଟକୁ ଯାଇଥିଲେ ମଧ୍ୟ ଆଜିପଯ୍ୟନ୍ତ ପଟ୍ଟା ମିଳିନାହିଁ, ଏଣୁ ତୁରନ୍ତ ପଟ୍ଟା ଦିଆ ଯାଉ, ଜାପଟା ଗ୍ରାମର ଦଳିତ ଲୋକଙ୍କୁ ୧୯୮୫ ମସିହାରେ କାଜୁ ଜମି ଇ ଆର ଆର ଇ ପି ଯୋଜନା ଦିଆଯାଇଥିଲା, ଏହି ମାନଙ୍କୁ ତୁରନ୍ତ ପଟ୍ଟା ଦିଆଯାଉ, ଖଲାଡି, ଜୋକଲୁଣ୍ଡି, ବୋରବରା, ସରଣିଆ ଗ୍ରାମର ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ଦେବା ପାଇଁ ବ୍ୟବସ୍ଥା କରାଯାଉ, ଲୁହାକୋଟ ଗ୍ରାମର ଦଳିତ ମାନଂକୁ ରାଜସ୍ବ ଜମି ର ପଟ୍ଟା ଦେବା ପାଇଁ ବ୍ୟବସ୍ଥା କରାଯାଉ ଆଦି ଦାବି ସମ୍ବଳିତ ପାତ୍ର ପ୍ରଦାନ କରିଥିଲେ । ଏଥିରେ ସମ୍ପାଦକ ଅଜୟ ଗୌଡ଼, ବେଗୁନିଆପଡା ବ୍ଲକ ଶାଖାର ସାଧାରଣ ସମ୍ପାଦକ ଭାସ୍କର ନାୟକ ଙ୍କ ସମେତ ଅନେକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ