ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ, ଆଇ.ପି.ଏସ୍ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପାତ୍ରପୁର ତହସିଲଦାର ଶ୍ରୀ ଅଶୋକ ପଟ୍ଟନାୟକ, ଓ. ଏ. ଏସ ଓ ଅବକାରୀ ଉପ ଅଧିକ୍ଷକ ଶ୍ରୀ କୁମୁଦ ରଂଜନ କୁଅଁର ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଜରଡା ଥାନା ଅନ୍ତର୍ଗତ ଜାମ ସାହି, ଯୁବା ସାହି, ବେଙ୍ଗେଇ, ସିନ୍ଦୂରପୁର, ଗୁଜୁଲିଂ ଆଦି ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୫୬୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୮୪୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ, ଡ୍ରମ, ଡେକ୍ଚି ଇତ୍ୟାଦି କୁ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୫,୦୦,୦୦୦/- ଟଙ୍କା ହେବ। ଏହି ଚଢ଼ଉ ରେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା, ବ୍ରହ୍ମପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଅର୍ଜୁନ କୁମାର ମଲ୍ଲିକ, ଖାରିଆଗୁଡ଼ା ଫାଣ୍ଡି ଅଧିକାରୀ ସମୀର ଜୟସିଂହ, ଦିଗପହଣ୍ଡି ଅବକାରୀ ଥାନା ଅଧିକାରୀଣୀ ଅନିତା ପ୍ରଧାନ, ଚିକିଟି ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା, ବ୍ରହ୍ମପୁର ଅବକାରୀ ଥାନା ଅଧିକାରୀଣୀ ସୁଶ୍ରୀ ସଂଗୀତା ମହାପାତ୍ର, ଗୋପାଳପୁର ଅବକାରୀ ଥାନା ଅଧିକାରୀଣୀ ସସ୍ମିତା ମଲ୍ଲିକ, ଅବକାରୀ ଉପ ନିରୀଖିକା ରାଜେଶ୍ୱରୀ ବିଶ୍ଵାଳ, ଉପ ନିରୀକ୍ଷକ ସୁବ୍ରତ ସେଠୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଉପ ନିରୀଖିକା ନର୍ମଦା ନାହାକ, ବ୍ରହ୍ମପୁର ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା କର୍ମଚାରୀଙ୍କ ସହ ଏ ପି ଆର ଫୋର୍ସ ଓ ପୋଲିସ୍ କର୍ମଚାରୀ ମାନଙ୍କୁ ନେଇ ମୋଟ ୧୨୦ ରୁ ଉର୍ଦ୍ଧ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତଦାନ ଶିବିର l
ଆସ ବହିଟିଏ କିଣିବା ଦିବସ ପାଳିତ l
ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ l