ସମ୍ବଲପୁର, ବାମରା ତହସିଲଦାର ଅଶ୍ବିନୀ କୁମାର ପଣ୍ଡା ସରକାରଙ୍କ ଦ୍ବାରା ନିଳମ୍ବିତ।

ସମ୍ବଲପୁର, “ଆମ ଓଡ଼ିଶା ଖବର” ବାମରା ତହସିଲଦାର ଅଶ୍ବିନୀ କୁମାର ପଣ୍ଡା, ୨୦୧୮ରେ ସଚିବାଳଳୟର ଏଏସଓ ଚାକିରି ପାଇନଥିଲେ, ହେଲେ ୨୦୧୯ ରେ ଓଏଏସ ଟପ୍ପର ହେଲେ!!! ଅଶ୍ବିନୀ ପଣ୍ଡାଙ୍କ ଜନ୍ମ ସ୍ଥାନ ଧର୍ମଶାଳା, ଯାଜପୁର ଜିଲ୍ଲାରେ। ବାବୁ ଅଶ୍ବିନୀ ପଣ୍ଡା ୨୦୧୯ ମସିହାର ଓଏଏସ ଟପ୍ପର ହେଲେ। ଓଏଏସ ପାଇଲା ପରେ କହିଥିଲେ ସମାଜରେ ଅବହେଳିତ ଲୋକଙ୍କୁ ସେବା ଦେବି। ସେହି ଅଶ୍ୱିନୀ ବାବୁ ଜମିର କିସମ ବଦଳାଇବା ପାଇଁ ଡ୍ରାଇଭର ପ୍ରବୀଣ କୁମାରଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ। ଜମିର ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଟଙ୍କା, ମାତ୍ର ୧୫ ହଜାର। ବାବୁ ଅଶ୍ବିନଙ୍କୁ ନିଲମ୍ବନ କଲେ ସରକାର। ଡ୍ରାଇଭର ଜରିଆରେ ୧୫ ହଜାର ଟଙ୍କା ନେଲା ବେଳେ ଗିରଫ ହୋଇଥିଲେ ସମ୍ବଲପୁର, ବାମରା ତହସିଲଦାର ଅଶ୍ବିନୀ ପଣ୍ଡା।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!