ଟାଙ୍ଗୀ (ଆମ ଓଡ଼ିଶା ଖବର )ଚିଲିକା ନଳବଣରେ ନିଆଁ ଲଗାଇବା ବେଳେ ଧରାପଡିଛନ୍ତି ୪ ମତ୍ସ୍ୟଜୀବୀ । ଏହି ମତ୍ସ୍ୟଜୀବୀ ଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ । ଚିଲିକା ନଳବଣ ଓ ନଳଘାସ ରେ ବାରମ୍ବାର ଲାଗୁଥିଲା ନିଆଁ , ଜଳିପୋଡି ପାଉଁଶ ହେଉଥିଲା ଏକର ଏକର ନଳଘାସ , ପକ୍ଷୀ ଙ୍କ ସହିତ ଜଳଚର ଜୀବ ଏବଂ ଜଳଜ ଉଦ୍ଭିଦ ଉପରେ ପଡୁଥିଲା ପ୍ରଭାବ । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକାର ଭୁଷଣ୍ଡପୁର ଚିଲିକା ମଧ୍ୟରେ ନିଆଁ ଲଗାଇ ଧରାପଡିଥିବା ମତ୍ସ୍ୟଜୀବୀମାନେ ହେଉଛନ୍ତି ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନସ୍ଥ ଆଳିପଡା ଗ୍ରାମର ରାଜୀବ ପଲେଇ , ଅଡାଲ ନିକଟସ୍ଥ ନୂଆଗାଁ ଗ୍ରାମର ସହଦେବ ସାହୁ ଓ ଗୋଲଖ ରାଉତ । ଠିକ୍ ସେହିପରି ଟାଙ୍ଗୀ ନିକଟସ୍ଥ ବରୁଣପଡା ଗ୍ରାମର ନିରଞ୍ଜନ ବେହେରା କୁ ଗିରଫ କରାଯାଇଛି ।

ବନ୍ୟପ୍ରାଣୀ ବିଭାଗ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ କିରୋସିନ୍ , ଡିଆସିଲ୍ ଜବତ କରିଛି । ମତ୍ସ୍ୟଜୀବୀ ମାନଙ୍କୁ ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ ଏଭଳି ନିଆଁ ଲଗାଇବା ଧର୍ତ୍ତବ୍ୟ ଅପରାଧ ବୋଲି ପରିବେଶବିତ୍ ତଥା ବରିଷ୍ଠ ସାମ୍ବାଦିକ ଧନେଶ୍ୱର ବିଧାର ମତ ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଅମ୍ଲାନ କୁମାର ନାୟକ ଓ ଟାଙ୍ଗୀ ରେଞ୍ଜର ବିରାଜ ଦାଶ ସୂଚନା ଦେଇଛନ୍ତି ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।