ରିପୋର୍ଟ ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ଜିଲ୍ଲା ବେଗୁନିଆ ବ୍ଲକ ହଜ ଗ୍ରାମ ରେ ଦୁଇଦିନ ଧରି “ବିବେକାନନ୍ଦ ଶିକ୍ଷା କେନ୍ଦ୍ର” ହଜ ଠାରେ 108 ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ରାମାୟଣ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟରେ କର୍ତ୍ତା ଓ କର୍ତ୍ତୀ ଭାବେ ଶ୍ରୀ ବିଭୁତି ଭୂଷଣ ଦାଶ ଓ ଶୁକଲ୍ୟାଣୀ ଦାଶ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ଉତ୍ସବରେ “ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ”ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଆଶ୍ରି ବଚନ ପ୍ରଦାନ କରିବା ସହିତ ଶିକ୍ଷା ସହିତ ଆଧ୍ୟାତ୍ମିକତାକୁ କିପରି ଯୋଡ଼ି ପାରିବ ଅତି ସୁନ୍ଦର ଭାବରେ ବୁଝାଇଥିଲେ!ସମ୍ମାନିତ ଅତିଥି ଭାବରେ “ଭାରତୀୟ ଶିକ୍ଷା ପରିଷଦ” ଓଡିଶା ଭୁବନେଶ୍ୱରରୁ ଟ୍ରଷ୍ଟି ବରିଷ୍ଠ ଶିକ୍ଷାବିତ ବାବାଜୀ ସାର ନୂଆ ଶିକ୍ଷା ନୀତିରେ ଶିଶୁମାନେ କିପରି ସେମାନଙ୍କର ନୈତିକ ଓ ବୌଦ୍ଧିକ ବିକାଶ କରିବେ, ସେ ଉପରେ ଆଲୋକପାତ କରିଥିଲେ!ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଦୀପ ପାଣି ସାର ଅଭିଭାବକମାନେ କିପରି ପିଲାମାନଙ୍କୁ ଗୋଟେ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ସେ ଉପରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ!ଏହି ଭବ୍ୟ କଳସ ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟାଙ୍କ ସହିତ ଗୁରୁଜୀ,ଗୁରୁମା ଓ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ!ଶେଷରେ ପିଲାମାନେ ପ୍ରସାଦ ଏବଂ ଚକୋଲେଟ ଖାଇ ବହୁତ ଖୁସି ଅନୁଭବ କରିବା ସହିତ ବିଦ୍ୟାଳୟରେ ସମସ୍ତେ ପସାଦ ଗ୍ରହଣ କରିଥିଲେ!ଏହି କାର୍ଯ୍ୟକ୍ରମକୁ ଦୀପୁ ଗୁରୁଜୀ, ବୁଲୁ ଗୁରୁଜୀ, ଗୁଲୁ ଗୁରୁଜୀ,ରମାକାନ୍ତ ଗୁରୁଜୀ,କୁଶ ଗୁରୁଜୀ, ବିଶି ଗୁରୁଜୀ ଓ ମାନସ ଗୁରୁଜୀ ଉପସ୍ଥିତ ଥିବା ସହିତ ସୁଲୋଚନା ଗୁରୁମା, ରୀନା ଗୁରୁମା ସାବିତ୍ରୀ ଗୁରୁମା,ରଶ୍ମିତା ଗୁରୁମା ପରିଚାଳନା କରିଥିଲେ!ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଓ ବହୁ ବୁଦ୍ଧିଜୀବୀ,ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ!କାର୍ଯ୍ୟକ୍ରମ ରେ ଭୁବନେଶ୍ୱର, ଖୋର୍ଦ୍ଧା, ବେଗୁନିଆ, ବୋଲଗଡର ବିଭିନ୍ନ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଯୋଗ ଦେବା ସହିତ,ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଯୋଗଦେଇ ବହୁତ ଖୁସି ବ୍ୟକ୍ତ କରିଥିଲେ।ତତ ସହିତ ଏହି ଅଞ୍ଚଳର ବହୁତ ବୁଦ୍ଧିଜୀବୀ,ମାନ୍ୟଗଣ ବ୍ୟକ୍ତି ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ବହୁତ ଖୁସିବ୍ୟକ୍ତ କରିଥିଲେ!
More Stories
ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l