ଗଞ୍ଜାମ :(ଆମ ଓଡିଶା ଖବର )ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ଗ୍ରାମରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ, ବୁଢ଼ାମ୍ବ ଗ୍ରାମର ମସଜିତ ମୁଫତି ଶହରେ ୟାର ରା଼ଜ଼ୀବି ସାହାଵ,ଆରିଫି ରାଜା କରେଶୀ ଇମତୀୟାଜ଼ ରାଜା ସାହେବ.,ଙ୍କ ନିର୍ଦେଶ କ୍ରମେ ପ୍ରତେକ ବର୍ଷ ଏକ ଗଉଷପାକ ଉରୁଷ ଗ୍ୟାରିମ ସରିଫ ଅନୁଷ୍ଠିତ ହେଉଛି,ଏହି ଉରୁଷ ରେ ସାମିଲ ହେଉଛନ୍ତି ବୁଢ଼ାମ୍ବର ଆଖପାଖ ହିନ୍ଦୁ ଓ ମୁସ୍ଲିମ,ଭାଇ ଚାରାର ଏହି ଧାର୍ମିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ଓଡ଼ିଶାର କୋଣ ଅଣୁକୋଣରୁ ହଜାର ହଜାର ସଂଖ୍ୟାରେ ସଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଜମିବାରେ ଲାଗୁଛି l ପ୍ରତେକ ବର୍ଷ ଏଠାରେ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ, ଗଉସେ ଆଜମ କନଫରେନ୍ସ ଉର୍ତ୍ସବ ବଡ ଶାନ୍ତି ପୂର୍ବକ ଅନୁଷ୍ଠିତ ହୋଇଛି l ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗଉସେ ଆଜମ ଓଲିଙ୍କର ସର୍ଦାର ଗୌସେ ଆଜମ ଙ୍କ ନାମରେ ମାନସିକ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ,ତାଙ୍କର ମାନସିକ ପୁରା ହଉଛି ସେଥିପାଇଁ ଧାର୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଠାରେ ଶ୍ରଧାଳୁ ଏକତ୍ରିତ ହେଉଛନ୍ତି,ଏହି କାର୍ଯ୍ୟକ୍ରମ ବୁଢ଼ାମ୍ବ ଗ୍ରାମର ଗୌଶିଆ କମିଟିର ଯୁବକ, ଅବଦୁଲ ଆଜିଜ.ଓ ରହିମତ ଅଲ୍ଲୀ ଇର୍ସାଦ ଖାନ ସାମସୁର ଖାଁନ ଅବଦୁଲ ଗଫାର ତାଙ୍କ ସହଯୋଗୀ ମାନେ ମିଶି ଶାନ୍ତି ଶୃଙ୍ଖଳା ରେ ପରିଚାଳନା କରୁଅଛନ୍ତି l ଏହି ଧାର୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ ପୋଲିସ ବିଭାଗ ସହଯୋଗ କରିଥିବାରୁ ଶାନ୍ତି ଶୁଙ୍ଖଳାରେ ଧାର୍ମିକ କାର୍ଯ୍ୟ ସମାପ୍ତ ହୋଇଥିବାରୁ ବୁଢ଼ାମ୍ବ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି l
ଗଞ୍ଜାମ ବୁଢ଼ାମ୍ବ ରୁ ସେକ ସୌକତ ଙ୍କ ରିପୋର୍ଟ ଆମ ଓଡ଼ିଆ ଖବର
More Stories
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ
ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।