ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବସଷ୍ଟାଣ୍ଡ ଠାରେ ମା ଦୁର୍ଗା ଙ୍କ ପୂଜା ବେଶ ଯାକଜମକରେ ଅନୁଷ୍ଠିତ ହୋଇଯାଇଛି । ନବ ରାତ୍ରୀ ର ସପ୍ତମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ରେ ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ବ୍ୟବସାୟୀ ସହଯୋଗ କରିଥିବା ବେଳେ ମହାଷ୍ଟମୀ ଦିନ ପରମ୍ପରା ଅନୁଯାୟୀ ପ୍ରସାଦ ବିତରଣ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ବେଶ ଧୂମଧାମରେ ପାଳିତ ହୋଇଥିବା କହିଛନ୍ତି ପୂଜା କମିଟି ର ସମ୍ପାଦକ କ୍ରିଷ୍ଣା ପାତ୍ର । ଭକ୍ତ ଙ୍କ ଗହଳିକୁ ଦୃଷ୍ଟିରେ ରଖି ବେଗୁନିଆପଡା ଥାନା ପକ୍ଷରୁ. ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖା ଦେଇଛି । ରବିବାର ଦିନ ମା ଙ୍କ ମୂର୍ତ୍ତି ବିସର୍ଜନ ହେବା ନେଇ ସୂଚନା ମିଳିଥିବା ବେଳେ ପୂଜା କମିଟି ର ସଭାପତି ବିଜୟ ପାତ୍ର, ସଦସ୍ୟ କୀର୍ତନ ପ୍ରଧାନ, ଗୋପୀନାଥ ଗୌଡ଼, ରବୀନ୍ଦ୍ର ସ୍ୱାଇଁ, ଭାଗିରଥି ଡାକୁଆ, ଶଙ୍କର ପଣ୍ଡା, ନିଲୁ ପଣ୍ଡା, ଜଗମୋହନ ଦାସ ପ୍ରମୁଖଙ୍କ ସମେତ ବ୍ୟବସାୟୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l