ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ବଡ଼ ଦାଣ୍ଡ ସାହିର କାର୍ତିକ ସ୍ୱାଇଁ (୭୬)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ରବିବାର ଅପରାହ୍ନ ପ୍ରାୟ ବାରଟା ସମୟରେ ମୃତକ କାର୍ତିକ ଖଲାଡି ସାହି ନିକଟସ୍ଥ ବୁଢ଼ା ବନ୍ଧରେ ମରି ପଡ଼ିଥିବା କିଛି ଲୋକ ଦେଖିବା ପରେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ମୃତକ ସକାଳ ସମୟରୁ ବିଲ କୁ ଯିବି କହି ଘରୁ ବାହାରି ଯାଇଥିଲେ । ହେଲେ କିଛି ସମୟ ପରେ ସେ ବୁଢା ବନ୍ଧ ହୁଡ଼ା ନିକଟରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ମୃତକ ଙ୍କ ପୁଅ ଚନ୍ଦ୍ର ଶେଖର ସ୍ୱାଇଁ, ନୀଳାଞ୍ଚଳ ସ୍ୱାଇଁଙ୍କ ସମେତ ଝିଅ ଓ ପୁତ୍ର ବଧୂ ଉପସ୍ଥିତ ଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।
ଅଶାନ୍ତ ବ୍ରହ୍ମପୁର, ଦୁର୍ବୁତ୍ତଙ୍କ ଗୁଳିମାଡରେ ବିଜେପି ନେତା ତଥା ଆଇନଜୀବୀ ପିତବାସ ପଣ୍ଡାଙ୍କ ମୃତ।