
ବ୍ରହ୍ମପୁର,ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର )କଳା ପରିଷଦ ଠାରେ ଆନ୍ତର୍ଜାତୀୟ ବଧିର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବଧିର ସଂଘର ସଭାପତି ଅନିଲ କୁମାରଙ୍କ ନେତୃତ୍ୱରେ ଓଡିଶା ଆଶ୍ସୋସିଏସନ ଅଫ ଦ ଡେଫ ଏବଂ ଡମ ସଂଘର ୬୮ ତମ ଅନ୍ତର୍ଜାତୀୟ ବଧିର ଦିବସ ଏବଂ ଗଞ୍ଜାମ ଜିଲ୍ଲା ବଧିର ସଂଘର ୪୦ ତମ ବାର୍ଷିକ ଉତ୍ସବ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ରେ ଅନୁଷ୍ଠିତ ହୋଇଯାଇଛି। ବଧିର ସମ୍ପ୍ରଦାୟର ଅଧିକାର, କ୍ଷମତା ଏବଂ ଚ୍ୟାଲେଞ୍ଜ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ଯୋଗାଯୋଗ ତଥା ଅନ୍ତର୍ଭୁକ୍ତି ପାଇଁ ସାଙ୍କେତିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହାର ସଦସ୍ୟ ଏବଂ ସମର୍ଥକଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ଦିଆଯାଉ,ଯେଉଁମାନେ ଶ୍ରବଣ ଅକ୍ଷମ ବ୍ୟକ୍ତିମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ସମାଜରେ ବିଭିନ୍ନ ଅନୁଷ୍ଠାନରେ ବିଦ୍ୟାଳୟ, ମେଡିକାଲ ଭଳି ଅନୁଷ୍ଠାନରେ ଏହି ସଙ୍ଘର ପିଲାଙ୍କୁ ନିଯୁକ୍ତି ଦିଆଯାଉ, ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ଦାବି କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ କେ.ଆଦିତ୍ୟ କୁମାର,ଅଳକା ନନ୍ଦ ଯୋସୀଙ୍କ ସମେତ ବହୁ ସଂଘର ସଦସ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l