ବୋଲଗଡ଼ ଟାଉନ୍ ରେଳଷ୍ଟେସନ ନିର୍ମାଣ ପାଇଁ ମିଳିଲା ଅନୁମତି ।

ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) :ତା ୮/୧୧ ପଶ୍ଚିମ ଓଡିଶାର ଲାଇଫ ଲାଇନ ଭାବେ ପରିଚିତ ପୂର୍ବତଟ୍ଟ ରେଳବିଭାଗର ଖୋର୍ଦ୍ଧା ବଲାଙ୍ଗୀର ନୂତନ ରେଳ ପ୍ରକଳ୍ପର ଅଧିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦରମହକୁମାର ବୋଲଗଡ଼ ଟାଉନ୍ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନରେ ପରିଣତ କରିବାପାଇଁ ରେଳ ବିଭାଗ ପକ୍ଷରୁ ଅନୁମତି ମିଳିଛି । ଏହା ଫଳରେ ବୋଲଗଡ଼ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ପରମେଶ୍ଵର ଫୁଙ୍କୁୱାଲଙ୍କ ଚିଠି ନଂ ୧୧୦ /୫୩୮ଅନୁଯାୟୀ ଗତ ୩ ତାରିଖ ଦିନ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ନିକଟକୁ ଆସିଛି । ତୁରନ୍ତ ବୋଲଗଡ଼ ପି.ଏଚ୍. କୁ ପୂର୍ଣ୍ଣାଙ୍ଗ ରେଳଷ୍ଟେସନ ଘୋଷଣା ହେବା ସହିତ ଏହାର ପ୍ଲାଟଫର୍ମ ନିର୍ମାଣ, ଲୁପ୍ ଲାଇନ୍ ପାଇଁ ନୂତନ ରେଳ ଲାଇନିର ଦୋହରିକରଣ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ରାଜସୁନାଖଳା ଓ ମାଣିକାଗୋଡ଼ା ଷ୍ଟେସନ ମଝିରେ ଏହି ନୂତନପୂର୍ଣ୍ଣାଙ୍ଗ ବୋଲଗଡ଼ ଟାଉନ୍ ଷ୍ଟେସନ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ବ୍ଳକ ହେଡକ୍ୱାଟର୍ ଥିବାରୁ ଅନେକ ସରକାରୀ କାର୍ଯ୍ୟାଳୟ,କଲେଜ,ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପ, ପର୍ଯ୍ୟଟନସ୍ଥଳ ରହିଛି। ଏପରିକି ଆଖପାଖ ୩୦ଟି ଗ୍ରାମ ର ଜନ ସାଧାରଣଙ୍କ ଯାତାୟତ ପାଇଁ ବହୁ ସୁବିଧା ହେବ । ଗତ ଜୁନ୍ ମାସ ୧୯ ତାରିଖରେ ମାନ୍ୟବର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏସଂକ୍ରାନ୍ତରେ ରେଳମନ୍ତ୍ରଣାଳୟ ନିକଟରେ ଦାବୀ ଉପସ୍ଥାପନ କରିଥିଲେ ।

error: Content is protected !!