
ପାଳିତବ୍ରହ୍ମପୁର: ଓଡ଼ିଶା ଡିଜିଟାଲ ମିଡିଆ ଏସୋସିଏସନ ଦ୍ବାରା ରାଜ୍ଯ ସ୍ତରୀୟ ଜାତୀୟ ପ୍ରେସ ଦିବସ ବ୍ରହ୍ମପୁର ଶାଖା କାର୍ୟ୍ଯାଳୟ ଠାରେ ପାଳିତ ହୋଇଯାଇଛି। ଉକ୍ତ କାର୍ୟ୍ଯ କ୍ରମରେ ରାଜ୍ଯ ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଶାଖା କାର୍ୟ୍ଯାଳୟର ସଭାପତି ଶ୍ରୀ କୁଷ୍ନଚନ୍ଦ୍ର ପାଳ ପୌରହିତ୍ଯ କରିଥିଲେ। ଅତିଥିଗଣ ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ୟ୍ଯ ବିଷୟରେ ଆଲୋଚନା କରିଥିଲେ। ଠିକ୍ ସମୟରେ ସତ୍ଯ ଘଟଣାକୁ ଲୋକ ଲୋଚନକୁ ଆଣିବା ପାଇଁ ଶପଥ ପାଠ କରାଇଛନ୍ତି। ଗୁଜବକୁ ବିଶ୍ବାସ ନକରି ସତ୍ଯ ସମ୍ବାଦ ପରିବେଷଣ କରିବାକୁ ମତପ୍ରକାଶ କରିଥିଲେ। ସମାଜରେ ଦୈନନ୍ଦିନ ଘଟୁଥିବା ଘଟଣା ଗୁଡିକ ନିକଟରେ ଠିକଣା ସମୟେ ପହଞ୍ଚି ସାଧାରଣ ଜନତାକୁ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ମତ ପ୍ରକାଶ ପାଇଥିଲା। ସାମ୍ବାଦିକଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହି ସଭାରେ ଶିକ୍ଷାବିତ ଭାଷାତପସ୍ବି ତ୍ରିନାଥ ମହାରଣା ସଭାପତିତ୍ବ କରିଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଆଇନ ଜିବୀ ଶିବରାମ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ସାହୁ, ସଙ୍ଘର ଆଇନ ପରାମର୍ଶଦାତା କୈଳାଶ ଚନ୍ଦ୍ର ସ୍ବାଇଁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ସିମାଞ୍ଚଳ ପତି,ପ୍ରାକ୍ତନ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରିଶଙ୍କର ଶତପଥି, ପ୍ରାକ୍ତନ ବ୍ଯାଙ୍କ ଅଧିକାରୀ ଲାଲ ମୋହନ ଶଡଙ୍ଗୀ, ସମାଜସେବୀ ପ୍ରଶାନ୍ତ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ସୁଦ୍ଦିପ ସାହୁ, ଜ୍ଯୋତିରଞନ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ODMA ଉପସଭାପତି ନୁର୍ସିଂହନାଥ ପାଢ଼ୀ ସଭା ଶେଷରେ ଧନ୍ଯବାଦ ପ୍ରଦାନ କରିଥିଲେ। ଏହି ଅବସରରେ କାଳୁ ଭୁୟାଁ, ଜୟନ୍ତ ନାୟକ, ଶୁଶିଲ କୁମାର ରାଓ, ସୁରଜିତ ରାଉଳ, ସୁକାନ୍ତ କୁମାର ଦାସ, ବିପିନ ବିହାର ପ୍ରଧାନ, ସନ୍ତୋଷ କୁମାର ଦାସ, ରାଧକାନ୍ତ ପାତ୍ର, ସୁନିଲ ସାମନ୍ତ ରାୟ,ଜଗନ୍ନାଥ ପଣ୍ଡା, ବି.କେ.ବିଷାରଦଙ୍କ ସମେତ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦାନ କରିଥିଲେ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ