କଳାହାଣ୍ଡି, :ଆମ ଓଡ଼ିଶା ଖବର” କୁବେର ଫରେଷ୍ଟର ଭାଗବତଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ। ଦର୍ଶକ ବନ୍ଧୁ ଦେଖନ୍ତୁ ବାବୁ ଫରେଷ୍ଟରଙ୍କ କାରନାମା। ଭବାନୀପାଟଣା ଫରେଷ୍ଟର ଭାଗବତଙ୍କର ଅଛି ୯ଟି ଦାମୀ ପ୍ଲଟ୍ ଭବାନୀପାଟଣା ସହର ଓ ଆଖପାଖ ଅଞ୍ଚଳରେ ରହିଛି ୯ଟି ମୂଲ୍ୟବାନ ପ୍ଲଟ୍। ହିଲ୍ ଟାଉନ୍ରେ ୫୩୦୦ ବର୍ଗଫୁଟର ବିଶାଳ ୩ ମହଲା କୋଠା ରହିଛି। ୨୦୨୨ରୁ ୨୦୨୪ ମଧ୍ୟରେ ନିର୍ମାଣ ହୋଇଛି ଏହି ଆଲିସାନ ବଙ୍ଗଳା। କୁବେର ଫରେଷ୍ଟରଙ୍କ ଘରୁ ମିଳିଛି, ୨୧୦ ଗ୍ରାମର ସୁନା ଅଳଙ୍କାର ସହ ଗୋଟିଏ ‘ଟୟୋଟା’ କାର୍। ଜବତ କରିଛି ଓଡିଶା ଭିଜିଲାନ୍ସ ଦଳ। କେବଳ ସେତିକି ନୁହେଁ, ଆହୁରୀ ମିଳିଛି ୨ଟି ହାର୍ଭେଷ୍ଟର ମେସିନ୍, ୪ଟି ଟ୍ରାକ୍ଟର ଏବଂ ୧ ବୋଲେରୋ ଭିଜିଲାନ୍ସ ହାତରେ ଲାଗିଛି। ତଦାରଖ ଜାରି ରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।