ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର ) ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ | 2015 ମସିହା ଜୁନ 21 ତାରିଖକୁ ସାରା ବିଶ୍ୱ ରେ ପାଳନ କରିବାକୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଜାତି ସଂଘ ର ଅନୁମୋଦନ ପରେ ପ୍ରତ୍ୟେକ ବର୍ଷ ଏହି ଦିନ ଟି କୁ ଅନ୍ତରଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି | ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଠାରେ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ତତ୍ୱାବଧାନ ରେ କୋଦଳା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଏହି ଦିବସଟି ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ସମସ୍ତେ ସୁସ୍ଥ ନିରୋଗ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ ରେ ଯୋଗ ର ଭୂମିକା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଉପସ୍ଥିତ ଅତିଥି | ଯୋଗ ପ୍ରଶିକ୍ଷକ କୃଷ୍ଣ ଚନ୍ଦ୍ର ପ୍ରଧାନ,ସନ୍ତୋଷ କୁମାର ପାଢ଼ୀ,ପଣ୍ଡିତ ନାଗ ଭୂଷଣ ପତି ପ୍ରମୁଖ ପ୍ରଶିକ୍ଷଣ ଦେଇଥିବା ବେଳେ ସରକାରୀ କ୍ରୀଡା ଶିକ୍ଷକ
ସନ୍ତୋଷ ମଲ୍ଲିକ,ନାରାୟଣ ସାହୁ,ମଞ୍ଜୁଲତା ଡାକୁଆ,ସୁନିତା ପାଢ଼ୀ ପ୍ରମୁଖ ପ୍ରଶିକ୍ଷଣ ସମୟରେ ପ୍ରତିଯୋଗୀ ମାନଙ୍କୁ ସହାୟତା ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ସମେତ ଉପାଧକ୍ଷା ରଞ୍ଜିତା ସେଠି,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ବେଗୁନିଆପଡା ବ୍ଲକ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଏବିଡିଓ ନିରଞ୍ଜନ ବେହେରା, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡ଼ତ୍ୟା, ଉମାକାନ୍ତ ପ୍ରଧାନଙ୍କ ସମେତ ବହୁ ବ୍ଲକ କର୍ମକର୍ତ୍ତା ଯୋଗ ଦେଇଥିଲେ | ଏହି ଅବସରରେ କୋଦଳାର ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ସଂଜୀବ କୁମାର ସାହୁ, ଗୋପାଳ ସାହୁ, କୋଦଳା ମଣ୍ଡଳ ସଭାପତି ଭଗବାନ ସ୍ୱାଇଁ,ନୀଳାଞ୍ଚଳ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ କୋଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ପୁରୁଷ ମହିଳା ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ |


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।