ରିପୋର୍ଟ :ଦେବାଶିଷ
ବେଗୁନିଆପଡା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ବର୍ତମାନ ବେଗୁନିଆପଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି | ଯାହାକୁ ନେଇ ଅନେକ ସମୟରେ ଅସୁବିଧାରେ ପଡୁଛନ୍ତି ନିରୀହ ଗ୍ରାମବାସୀ | ସେହିପରି ଆଜି ସାଙ୍କୁଡ଼ା ପଞ୍ଚାୟତ ଅନ୍ତର୍ଗତ ଲଛିପୁର ଗ୍ରାମରମାଟିଆ ସାହିରେ ଚୋରା ମଦକୁ ଧରିଛି ଲଛିପୁର ଗ୍ରାମ୍ୟ କମିଟି | ମାଟିଆସାହିରେ କିଛି ଜାଗାରେ ଚୋରା ଦେଶୀ ମଦ କାରବାର ଖବର ପାଇ ଲଛିପୁର ଗ୍ରାମ୍ୟ କମିଟି ପକ୍ଷରୁ ତନାଘନା କରାଯାଇଥିଲା | ଜଣଙ୍କ ଘରୁ ଦେଶୀ ମଦ ପୁଡାକୁ ଜବତ କରି ସମସ୍ତଙ୍କ ଉପସ୍ଥିତିରେ ସେଥିରେ ନିଆଁ ଲଗେଇ ପୋଡି ଦିଆ ଯାଇଥିଲା | ପୂର୍ବରୁ ମଧ୍ୟ ଷଣ୍ଢମୂଳ ଗ୍ରାମରୁ ଅନେକ ଥର ମଦ ଜବତ ହୋଇଥିବା ସୂଚନା ମିଳିଛି | ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଗ୍ରାମ୍ୟ କମିଟି ମଦ ଧରିବ ତେବେ ଅବକାରୀ ବିଭାଗ କରୁଛି କଣ ? ଅନେକ ସମୟରେ ଶାଳବଣ, ଲଛିପୁର ଦେଇ ତାଳସର,ସୁମଣ୍ଡଳକୁ ରାତିରେ ଚୋରା ମଦ ଚାଲାଣ ହେଉଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି | ତେଣୁ ଅବକାରୀ ବିଭାଗ ଏଵଂ ବେଗୁନିଆପଡା ପୋଲିସ ପକ୍ଷରୁ ଚୋରା ଦେଶୀ ମଦ ଚାଲାଣକୁ ରୋକିବା ପାଇଁ ପେଟ୍ରୋଲିଙ୍ଗ କରିବାର ଆବଶ୍ୟକତା ରହିଛି |
More Stories
ଧର୍ମପରାୟଣ ମହିଳାଙ୍କ ପରଲୋକ
ପୋଲସରା ବିଜ୍ଞାନ ମହାିଦ୍ୟାଳୟ ଠାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ l
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.